ମୁଖ୍ୟ ଖବର ଜଳିଗଲା ସ୍କୁଲ ବସ Angul OnlineMarch 22, 2022March 22, 2022 adv- ଅନୁଗୁଳ – ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ଦୁଇଟି ବସରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗୋଟିଏ ବସ ସଂପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁସାରେ , ଆଦର୍ଶ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍ରେ ବସ ଗୁଡିକ ଛିଡା ହୋଇଥିବା ବେଳେ ହଠାତ୍ ଗୋଟିଏ ବସ୍ ଜଳିବାକୁ ଲାଗିଥିଲା । କଲେଜ କର୍ମଚାରୀ ମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ବେଳେ ଅନ୍ୟ ଏକ ବସକୁ ମଧ୍ୟ ନିଆଁ ଧରି ଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁଇଟି ଯାକ ବସ୍ରେ ନିଆଁ ଲାଗିଥିବାବେଳେ ନିଆଁ ଆୟତ୍ତ କରିବାକୁ ସମୟ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ବସ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ ବସ ଅର୍ଦ୍ଧାଧିକ ଅଂଶ ଜଳିଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକ ପରୀକ୍ଷିତ ପ୍ରଧାନ, ରଶ୍ମି ରଞ୍ଜନ ଲେଙ୍କା, ରବୀନ୍ଦ୍ର କୁମାର ନାୟକ, ରଞ୍ଜିତ ରାଉତ, ରଶ୍ମିକାନ୍ତ ବରାଳ, କିଷନ ମିଶ୍ର, ସୁବୋଧ ପ୍ରଧାନ ପ୍ରମୁଖ ନିଆଁ ଲିଭାରେ ସହଯୋଗ କରିଥିଲେ । ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । Advertisement
କାର ଭିତରୁ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ୫୫ ନମ୍ବର ନୂତନ ଜାତୀୟ ରାଜପଥରେ କାର ମଧ୍ୟରୁ ତୀର୍ଥଯାତ୍ରୀଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡସନ୍ତ୍ରୀ ପଞ୍ଚାୟତ…
(ଭିଡିଓ)ୟୁକ୍ରେନରେ ଫସି ରହିଛନ୍ତି ଅନୁଗୁଳର ଛାତ୍ର – ଭିଡିଓ କଲରେ ଆମକୁ ଦେଲେ ସ୍ଥିତି ସମ୍ପର୍କରେ ସୂଚନା ଅନୁଗୁଳ – ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଯୁବକ…
ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫…