ମୁଖ୍ୟ ଖବର ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର Angul OnlineNovember 28, 2022November 28, 2022 ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡି କୋଶଳା , ନାଣ୍ଡିଛୋଡ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ ସାପ ରାସ୍ତା ପାର ହେଉଥିବା ଦେଖି ଗାଡିର ଚାଳକ ଗାଡିକୁ ଅଟକାଇ ଦେଇଥିଲେ । ତେବେ ସାପଟି ରାସ୍ତା ଅତିକ୍ରମ ନ କରି ଗାଡି ଭିତରେ ପଶି ଯାଇଥିଲା । ଏହା ଦେଖି ଗାଡ଼ିରେ ଥିବା କର୍ମଚାରୀ ମାନେ ଭୟଭୀତ ହୋଇ ଗାଡି ଛାଡି ସର୍ପ ଉଦ୍ଧାରକାରୀ ପୃଥ୍ୱୀରାଜ ଗଡନାୟକଙ୍କୁ ଖବର ଦେଇଥିଲେ । ପୃଥ୍ୱୀରାଜ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳେ ପଶି ପ୍ରାୟ ଅଢେଇ ଘଣ୍ଟା ପରିଶ୍ରମ କରିବା ପରେ ପ୍ରାୟ ୬ ଫୁଟ ଲମ୍ବର ନାଗ ସାପ ଗାଡିରୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ସାପଟିକୁ ଛାଡି ଦିଆ ଯାଇଥିଲା । Advertisement
ଖଣି ଫାଟକ ଆଗରେ ମହିଳା ପାଳିଲେ ମାଣବସା ଗୁରୁବାର ତାଳଚେର – କୋଇଲା ଖଣି ଫାଟକ ଆଗରେ ମାଣ ବସାଇବା ସହ ଲକ୍ଷ୍ମୀ ପୂଜା । ମାର୍ଗଶିର ଗୁରୁବାର ପାଳିଲେ କ୍ଷତିଗ୍ରସ୍ତ ପ୍ରଜା । ତାଳଚେର ହିଙ୍ଗୁଳା…
ଅବନୀକାନ୍ତ ସାହୁ ହେଲେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ…
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…