ଆଞ୍ଚଳିକ କୂଅ ଭିତରୁ ଉଦ୍ଧାର ହେଲା ଅଜଗର Angul OnlineNovember 11, 2023November 11, 2023 ଅନୁଗୁଳ – କୂଅ ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର । ଅନୁଗୁଳ ଜିଲ୍ଲା ଜରପଡ଼ା ଅନ୍ତର୍ଗତ ସଦାନନ୍ଦପୁର ରଣଜିତ ଦେହୁରୀଙ୍କ କୂଅ ଭିତରେ ପାଞ୍ଚ ଫୁଟର ଅଜଗର ସାପ ପଡିଥିବା ଦେଖିବାକୁ ମିଳିଥିଲା । ସାପକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ । ଏଥିପାଇଁ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ପରେ ସ୍ନେକ ହେଲପ ଲାଇନ ସଦସ୍ୟ ବାବା ଅମରଜ୍ୟୋତି, ସୁଶାନ୍ତ ସାହୁ ଓ ବିଶ୍ୱ ରଞ୍ଜନ ବେହେରା ପହଞ୍ଚି କୌଶଳ କ୍ରମେ ସାପଟିକୁ କୂଅ ଭିତରୁ ବାହାର କରିଥିଲେ । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ସ୍ଥାନୀୟ ବନକର୍ମଚାରୀଙ୍କ ସହ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । Advertisement
ଘରୋଇ ବିଦ୍ୟାଳୟ ବିରୋଧରେ ଦାବିପତ୍ର ଅନୁଗୁଳ – ଓଡିଶା ଅଭିବକ ମହାସଂଘ ଅନଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସଂଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର…
ଅନୁଗୁଳ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକର ଜିଲ୍ଲା ପରିଷଦ ଜୋନ ନଂ ୪ ରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ…
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…