ଖେଳ ଓ ଖେଳାଳି ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ Angul OnlineJune 25, 2023June 25, 2023 ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ ଡିଆଁରେ ୨.୧୨ ମିଟରର ପ୍ରଦର୍ଶନ ଦେଇ ରାଜ୍ୟରେ ନୂତନ ରେକର୍ଡ କରିଛନ୍ତି । କିଟ୍ ବିଶ୍ବବିଦ୍ୟାଳୟ ପଡ଼ିଆରେ ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ସେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨.୦୮ ମିଟର । ସେହିଭଳି ଅନୁଗୋଳ ଜିଲ୍ଲାର ଦୂର୍ଗା ଚରଣ କିଶକୁ ପୁରୁଷ ବିଭାଗ ପୋଲ ଭଲଟ୍ ରେ ୩.୭୦ ମିଟର ଲମ୍ଫ ପ୍ରଦାନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉଭୟ ଖେଳାଳି ଭୁବନେଶ୍ୱରର ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ତାଲିମ ନେଉଛନ୍ତି । Advertisement
ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ…
ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି…
ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ…