ଆଞ୍ଚଳିକ ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା Angul OnlineApril 6, 2021April 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମଧ୍ୟ ଅନୁଗୁଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆ ଯାଇଛି । କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବନ୍ଦ ପାଳନ ନେଇ ନିଷ୍ପତ୍ତି ନିଆ ଯାଇଥିବା କୁହା ଯାଇଛି । ଉଭୟ ରାଜ୍ଯରେ ଥିବା ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଅବହେଳା ପାଇଁ ଏହି ପ୍ଲାଣ୍ଟଟି ଆଜି ବନ୍ଦ ହୋଇଗଲା ବୋଲି ଏସୟୁସିଆଇ ଅଭିଯୋଗ କରିଛି । ତେଣୁ ସେମାନଙ୍କ ଆନ୍ଦୋଳନ , ଉଭୟ ସରକାରଙ୍କ ବିରୁଦ୍ଧରେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ସରକାର ଏକ ଚଳନ୍ତା ପ୍ଲାଣ୍ଟକୁ ଜାଣିଶୁଣି ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ଯାଉଛନ୍ତି । ଏଥିପାଇଁ ଆସନ୍ତା କାଲି ଅନୁଗୁଳ ଜିଲ୍ଲା ବନ୍ଦ ହେବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି । https://angulonline.com/odia/wp-content/uploads/2021/04/WhatsApp-Video-2021-04-06-at-22.51.07.mp4 Advertisement
୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ – କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ତାଳଚେର – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ…
ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି…
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…