ଆଞ୍ଚଳିକ ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା Angul OnlineApril 6, 2021April 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମଧ୍ୟ ଅନୁଗୁଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆ ଯାଇଛି । କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବନ୍ଦ ପାଳନ ନେଇ ନିଷ୍ପତ୍ତି ନିଆ ଯାଇଥିବା କୁହା ଯାଇଛି । ଉଭୟ ରାଜ୍ଯରେ ଥିବା ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଅବହେଳା ପାଇଁ ଏହି ପ୍ଲାଣ୍ଟଟି ଆଜି ବନ୍ଦ ହୋଇଗଲା ବୋଲି ଏସୟୁସିଆଇ ଅଭିଯୋଗ କରିଛି । ତେଣୁ ସେମାନଙ୍କ ଆନ୍ଦୋଳନ , ଉଭୟ ସରକାରଙ୍କ ବିରୁଦ୍ଧରେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ସରକାର ଏକ ଚଳନ୍ତା ପ୍ଲାଣ୍ଟକୁ ଜାଣିଶୁଣି ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ଯାଉଛନ୍ତି । ଏଥିପାଇଁ ଆସନ୍ତା କାଲି ଅନୁଗୁଳ ଜିଲ୍ଲା ବନ୍ଦ ହେବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି । https://angulonline.com/odia/wp-content/uploads/2021/04/WhatsApp-Video-2021-04-06-at-22.51.07.mp4 Advertisement
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର…
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…