ମୁଖ୍ୟ ଖବର ସ୍ଵାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା Angul OnlineDecember 13, 2022December 13, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ଧାରଣା ରେ ବସିଛନ୍ତି । ଜୋସ୍ନା ସାହୁ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେ । ପରେ ଉଭୟ କୋର୍ଟରେ ବିବାହ ମଧ୍ୟ କରିଥିଲେ । କିଛି ଦିନ ଭଡ଼ା ଘରେ ରହିଥିଲେ । ତାର କିଛି ଦିନ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ । ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା । ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୁର ମାନ୍ୟତା ଦେଇ ଘରକୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ । କୌଣସି ଉପାୟ ନ ପାଇଁ ଟାଉନ୍ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥାନ୍ତି ଜୋସ୍ନା । Advertisement
ଦୁଇ ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜନୈକ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ…
ଅପହରଣ ଅଭିଯୋଗରେ ବିଲଡର ପିଣ୍ଟୁ ନନ୍ଦ ଗିରଫ ଅନୁଗୁଳ – ଅପହରଣ ମାମଲାରେ ଜମି ବ୍ୟବସାୟୀ ତଥା ବିଲଡର ଗିରଫ । ଅନୁଗୁଳର ବିଶିଷ୍ଟ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦ ( ପିଣ୍ଟୁ)କୁ ଗିରଫ କରି…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…