ମୁଖ୍ୟ ଖବର ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ Angul OnlineFebruary 17, 2024February 17, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୌମ୍ୟରଞ୍ଜନ ନାୟକ ନାମକ ଜଣେ ଯୁବକ ମୋବାଇଲ ଫୋନରେ ଗେମ୍ ଖେଳୁଥିବା ବେଳେ ସେଥିରେ ହାରିଯାଇ ନିଜ ବେକ ନିଜେ କାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୁଚନା ଅନୁସାରେ ଜେରେଙ୍ଗ ଗ୍ରାମର ଅଚ୍ୟୁତାନନ୍ଦ ନାଏକଙ୍କ ପୁଅ ସୌମ୍ୟରଞ୍ଜନ ନାୟକ (୨୪) ଗତକାଲି ଦିନ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତେବେ ସେଥିରେ ସେ ତିନି ଥର ହାରି ଯାଇଥିଲେ । ତିନି ଥର ହାରିଯିବା ଫଳରେ ନିଜ ହିତାହିତ ଜ୍ଞାନ ଭୁଲି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣା ପଡିଛି । Advertisement
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…
ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ ତାଳଚେର -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ବଲାଙ୍ଗୀ ଗ୍ରାମର ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ସିଂଙ୍କର ରବିବାର ଏକ ସଡକ ଦୁର୍ଘଟଣା ମୃତ୍ଯୁ ହୋଇଛି ।…