ଅପରାଧ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ Angul OnlineFebruary 3, 2024February 3, 2024 ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ଘଟିଛି । ସୁଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବଡବାପା ପୁଅ ଲିଙ୍କୁନ ଦେହୁରୀ , ଭାଇ ବାବୁଲି ଦେହୁରୀ ଓ ଅନ୍ଯ କିଛି ସାଙ୍ଗ ଏକାଠି ଭୋଜି କରୁଥିଲେ । ଭୋଜି କରିବା ସମୟରେ କୌଣସି କାରଣକୁ ନେଇ ଲିଙ୍କୁନ ଓ ବାବୁଲିଙ୍କ ମଧ୍ଯରେ ବଚସା ହୋଇଥିଲା । ଏହି ବଚସା ବେଳେ ଉତ୍ତ୍ଯକ୍ତ ହୋଇ ଲିଙ୍କୁନ ଏକ ଠେଙ୍ଗାରେ ବାବୁଲିଙ୍କୁ ଆକ୍ରମଣ କରିଥିଲେ । ଲିଙ୍କୁନଙ୍କ ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ବାବୁଲି ଦେହୁରୀଙ୍କ ଆଜି ହୋଇଛି ମୃତ୍ୟୁ ହୋଇଛି । ଖବର ପାଇ ହଣ୍ଡପା ପୁଲିସ ଖବର ପାଇ ଆକ୍ରମଣକାରୀ ହେଉଛନ୍ତି ଲିଙ୍କୁନ ଦେହୁରୀକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । Advertisement
ଭେଣ୍ଡିଂ ଜୋନ୍ରେ ନିଶା କାରବାର – ଦମ୍ପତି ଗିରଫ ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି…
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…
ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ…