ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି । ସୂଚନା ଅନୁସାରେ , ଢ଼େଙ୍କାନାଳ ଜିଲ୍ଲା ଭୁଷଣ ଥାନା ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା କେଉଁଝର ଜିଲ୍ଲା ଟେଲକୋଇ ଥାନା ଅନ୍ତର୍ଗତ କନ୍ତଲୋଇ ଗାଁର ପିଣ୍ଟୁ ମୁଖୀ(୨୩) ବଅଁରପାଳ ଥାନା ଅଞ୍ଚଳର ତାଙ୍କ ସାଥି କର୍ମଚାରୀଙ୍କ ଭଉଣୀଙ୍କସହ ସାମାଜିକ ଗଣ ମାଧ୍ଯମରେ ପ୍ରେମସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ସୋମବାର ପିଣ୍ଟୁ ନାବାଳିକାଙ୍କୁ ଅପହରଣକରି ଟେଲକୋଇ ନେଇ ଦୁଷ୍କର୍ମ କରିଥିଲେ । ଏ ନେଇ ନାବାଳିକାଙ୍କ ଭାଇ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ବିଳମ୍ବିତ ରାତିରେ ଟେଲକୋଇରେ ଚଢ଼ାଉକରି ନାବାଳିକାଙ୍କୁ ଉଦ୍ଧାରକରି ପିଣ୍ଟୁଙ୍କୁ ଗିରଫ କରିଛି ପିଣ୍ଟୁଙ୍କୁ କୋର୍ଟ ଚାଲାଣ କରାଯାଇଛି।


