ମୁଖ୍ୟ ଖବର ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଅଜଣା ଗାଡି ଧକ୍କାରେ ଯୁବକ ମୃତ Angul OnlineOctober 21, 2021October 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ପଞ୍ଚମହଲାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଡ଼େରଜାଙ୍ଗ ଗାଁର ୨୪ ବର୍ଷୀୟ ଭରତ ସେଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଭରତ ସେଠୀ ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଅନୁଗୁଳରୁ ୫୫ ନଂ ଜାତୀୟ ରାଜପଥରେ ଗାଁକୁ ଫେରୁଥିଲେ । ସେ ପଞ୍ଚମହଲା ଠାରେ ହୋଇଥିବା ବେଳେ ଦ୍ରୁତ ଗତିରେ ଏକ ଅଜଣାଗାଡି ତାଙ୍କୁ ଧକ୍କା ଦେଇଥିଲା । ଗାଡି ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ସଦର ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । Advertisement
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…
ମୋଟର ସାଇକେଲକୁ ଧକ୍କା ଦେଇ ଓଲଟିଲା ପିକନିକ ବସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡାରୁ ବାୟାଣୀପୀଠ ରାସ୍ତାର ମା ହିଙ୍ଗୁଳାଙ୍କ ପୀଠ ନିକଟରେ ଏକ ପିକନିକ ବସ ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତାର…
ମୋଟରସାଇକେଲ ସାଇଲେସନ୍ସର ବଦଳାଇ ଗଣିଲେ ତଣ୍ଡ ପୂଜା ପୂର୍ବରୁ ଆକ୍ସନ ମୁଡରେ ଅନୁଗୁଳ ପୁଲିସ । ଜିଲ୍ଲାର ବିଭିନ୍ନ ସହରରେ ଫ୍ଲାଗ ମାର୍ଚ୍ଚ । ବେଆଇନ ବାଣ କାରଖାନା ଉପରେ ଚଢ଼ାଉ । ଅନୁଗୁଳ…