ଆଞ୍ଚଳିକ ହାଇୱା ଧକ୍କାରେ ଯୁବକ ମୃତ Angul OnlineDecember 22, 2021December 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡିଥିବା ବେଳେ ସଂପୂର୍ଣ୍ଣ ପରିଚୟ ଜଣା ପଡି ନଥିବା ପୁଲିସ କହିଛି । ସୁଚନା ଅନୁସାରେ ଯୁବକ ଜଣଙ୍କ ମୋଟରସାଇକେଲରେ ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଚାଳକ ଜଣଙ୍କ ରାସ୍ତାକଡ଼କୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମୋଟରସାଇକେଲଟିକୁ ଜବତ କରି ତଦନ୍ତ କରୁଛି । Advertisement
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…
ନଦୀରେ ବୁଡି ଜଣେ ମୃତ ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର…