ଆଞ୍ଚଳିକ ହାଇୱା ଧକ୍କାରେ ଯୁବକ ମୃତ Angul OnlineDecember 22, 2021December 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡିଥିବା ବେଳେ ସଂପୂର୍ଣ୍ଣ ପରିଚୟ ଜଣା ପଡି ନଥିବା ପୁଲିସ କହିଛି । ସୁଚନା ଅନୁସାରେ ଯୁବକ ଜଣଙ୍କ ମୋଟରସାଇକେଲରେ ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଚାଳକ ଜଣଙ୍କ ରାସ୍ତାକଡ଼କୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମୋଟରସାଇକେଲଟିକୁ ଜବତ କରି ତଦନ୍ତ କରୁଛି । Advertisement
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…
ମେଡ଼ିକାଲ କଲେଜର ପରିଚାଳନା ରାଜ୍ୟ ସରକାର ନିଅନ୍ତୁ – କାଳନ୍ଦୀ ତାଳଚେର – ଓଡ଼ିଶା ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ…
ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ ଅନୁଗୋଳ – ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ…