ଅପରାଧ ତୀର ମାଡରେ ଯୁବକ ଗୁରୁତର Angul OnlineOctober 5, 2021October 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସୂଚନା ଅନୁସାରେ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଶିବ ନାୟକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କାଲି ରାତିରେ ସେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ହଠାତ ତାଙ୍କ ଡାହାଣ କାନ୍ଧରେ ଏକ ତୀର ଆସି ବାଜିଥିଲା । ଗୁରୁତର ଅବସ୍ଥାରେ ଶିବ ନାୟକଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଭଲ ଥିବା ବେଳେ ଜନ୍ତୁ ଶିକାର କରିବା ଉଦ୍ୟେଶରେ ତୀର ମରା ଯାଇଥିବା ସନ୍ଦେହ କରା ଯାଉଛି । Advertisement
୭ ଡକାୟତ ଗିରଫ – ଖୁଡୀ ଝିଆରୀଙ୍କ ବେକରେ ଛୁରି ଲଗାଇ କରିଥିଲେ ଲୁଟ ଅନୁଗୁଳ – ଖୁଡୀ ଝିଆରୀଙ୍କୁ ଘର ଭିତରେ ବାନ୍ଧିବା ସହ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଘଟଣା ରେ ୭ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି…
ବାୟାମ ସାରି ଫେରୁଥିବା ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସେଠାରେ ଥିବା ଏକ ଜିମ୍ ରୁ ବାୟାମ କରି…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…