ଅପରାଧ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି Angul OnlineJuly 23, 2021July 23, 2021 ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ ସଞ୍ଜୟ ସାହୁ ୧୦ ଟା ସମୟରେ ସ୍କୁଲକୁ ଆସିବା ପରେ କ୍ଲାସ ରୁମ ସମେତ ଅଫିସର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଏହା ଦେଖି ସେ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରାଙ୍କୁ ଫୋନ କରି ଜଣାଇ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲକୁ ଆସି ଦେଖିବା ପରେ ସ୍କୁଲର ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଥିଲା । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନା ପୁଲିସ ସାଇଣ୍ଟଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ କରି ଥିଲା । ପ୍ରାଥମିକ ତଦନ୍ତ ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍କୁଲର ତାଲା ଭାଙ୍ଗି ସ୍କୁଲରେ ଲାଗିଥିବା ଦୁଇଟି ଫ୍ୟାନ , ଗ୍ୟାସ ସିଲିଣ୍ଡର , ଚୁଲ୍ହା , ରୋସେଇ ସାମଗ୍ରୀ ସହିତ , ଦୁଇଟି ଦରି ପାଲ ଓ ୯ଟି ପ୍ଲାଷ୍ଟିକ ଚେୟାର ନେଇ ଯାଇଥିବା ଜଣା ପଡିଛି । Advertisement
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା ଅଧିନରେ ଭଡାରେ ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ…
ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ – ଜିଲ୍ଲାରେ ୧୯ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା କରିଥିଲେ ଲୁଟ ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ…
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…