ଅପରାଧ ଜେଲ ସାମନାରୁ ଚୋରୀ – ସିସି ଟିଭିରେ କଏଦ ହେଲା ଚୋରର କାରନାମା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ସଦର ମହକୁମା ଜେଲ ଛକରୁ ସାଇକେଲ ଚୋରୀ । ରାସ୍ତାରେ ଯାଉଥିବା ବେଳେ ସାଇକେଲ ଥୁଆ ହୋଇଥିବା ଦେଖି ମଉକାର ଫାଇଦା ଉଠାଇ ସାଇକେଲ ଚୋରୀ କରିନେଲା ଚୋର । ହେଲେ ଚୋରା ଜାଣି ନଥିଲା ଯେ , ତାର ଏହି ସବୁ କରନାମା ସିସିଟିଭିରେ କଏଦ ହେଉଛି ବୋଲି । ଯାହାର ଚିତ୍ର ଏବେ ଭାଇରାଲ ହେଉଛି । ସୂଚନା ଅନୁସାରେ ଜେଲ ସମ୍ମୁଖରେ ଥିବା ଏକ ଜନ ସେବା କେନ୍ଦ୍ରରେ କାର୍ଯ୍ୟରତ ସୁବ୍ରତ ନାଏକ ତାଙ୍କ ସାଇକେଲଟି ଜନସେବା କେନ୍ଦ୍ର ନିକଟରେ ରଖି କାମ କରୁଥିଲେ । ତେବେ ସନ୍ଧ୍ୟା ୭ ଟା ବେଳେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯୁବକଙ୍କ ସାଇକେଲ ଉପରେ ନଜର ପଡିଥିଲା । ଆଉ କିଛି ସମୟ ଅନୁଧ୍ୟାନ କରିବା ପରେ ତୁରନ୍ତ ସାଇକେଲଟି ନେଇ ସେଠାରୁ ପଳାଇ ଯାଇଥିଲା । ସୁବ୍ରତ କାମ ସାରି ଆସି ଦେଖିବା ବେଳକୁ ସାଇକେଲ ନପାଇ ସିସିଟିଭି ଯାଞ୍ଚ କରିବାରୁ ସାଇକେଲ ଚୋରୀ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । https://angulonline.com/odia/wp-content/uploads/2021/12/233.mp4 Advertisement
ବ୍ରାଉନସୁଗାର ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ…
୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗରେ ଜବତ ହୋଇଥିବା ୭୩୯ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଅନୁଗୁଳ ପୁଲିସ । ସୂଚନା…
ଚାକିରୀ ନାଁରେ ଠକେଇ , ଜଣେ ଗିରଫ ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ…