ମୁଖ୍ୟ ଖବର ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ Angul OnlineNovember 23, 2022November 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି । ଚଳିତ ମାସ ୧୭ ତାରିଖରୁ ସେ ନିଖୋଜ ଥିବା ବେଳେ ଏ ନେଇ ଜରପଡା ଥାନାରେ ପରିବାର ପକ୍ଷରୁ ଏତଲା ମଧ୍ୟ ଦିଆ ଯାଇଛି । ଦେଖିବାକୁ ଗୋରା , ପତଳା ଶରୀର ୱେବ ୫ ଫୁଟ ଉଚ୍ଚ ଥିବା ଏହି ନାବାଳକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳି ପାରି ନାହିଁ । ତେବେ ଏ ନେଇ ଅନୁଗୁଳ ସମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିବା ସହ ନାବାଳକଙ୍କ ସନ୍ଧାନ ଦେଲେ ଉପଯୁକ୍ତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି । ଏହା ସହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନିଖୋଜ ନାବାଳକଙ୍କ ସନ୍ଧାନ ଦେଲେ ୫ ହଜାର ଟଙ୍କା ପୁରସ୍କାର ସହ ପ୍ରଶଂସା ପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି । Advertisement
ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର…
ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ…
ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଜବତ – ୧ ଲକ୍ଷ ୨୭ ହଜାର ଟଙ୍କା ଜୋରିମନା ଆଦାୟ ଅନୁଗୁଳ – ଅନୁଗୁଳ ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଓ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରଶାସନ । ଅନୁଗୁଳ ପରିବହନ ବିଭାଗ ଏବଂ…