ଭଲ ଖବର ଆଠମଲ୍ଲିକରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ Angul OnlineFebruary 17, 2023February 17, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ସରକାରଙ୍କ ମଞ୍ଜୁରୀ ମିଳିଛି । ବସଷ୍ଟାଣ୍ଡ ନିର୍ମାଣରେ ପ୍ରାୟ ୩ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ବସଷ୍ଟାଣ୍ଡ ନିର୍ମାଣ ହେବା ଫଳରେ ଆଠମଲ୍ଲିକର ରହିଥିବା ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଅନୁମାନ କରାଯାଉଛି । ଆଠମଲ୍ଲିକ ସହରରେ ଏକ ଭଲ ବସଷ୍ଟାଣ୍ଡ ନ ଥିଲା । ତେଣୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ଉଠିଥିଲା ଶେଷରେ ପ୍ରସ୍ତାବିତ ବସଷ୍ଟାଣ୍ଡକୁ ପ୍ରଶାସନର ମଞ୍ଜୁରୀ ମଳିଛି । ପୁରୁଣା କୋଠାକୁ ଭାଙ୍ଗି ଏଠାରେ ୩ ମହଲା ବିଶିଷ୍ଟ ବସ୍ ଟର୍ମିନାଲ ନିର୍ମାଣ କରାଯିବ । ସେହିପରି ବସଷ୍ଟାଣ୍ଡ ଭିତରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ଗାଡ଼ି ପାକିଂ ସହ ବସଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ପାଚେରି ନିର୍ମାଣ ହେବ । ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି । ଅପରପକ୍ଷରେ ନୂଆ ବସଷ୍ଟାଣ୍ଡ ପାଇଁ ମଞ୍ଜୁରୀ ମିଳିବା ପରେ ବିଜେଡି ନେତା ନଳିଳୀ ପ୍ରଧାନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ , ଗତ ପୌର ନିର୍ବାଚନ ସମୟରେ ନୂଆ ବସଷ୍ଟାଣ୍ଡ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ସରକାର ଏବେ ଏହାକୁ ପୂରଣ କରିଛନ୍ତି । ଏହାପୂର୍ବରୁ ଆଠମଲ୍ଲିକରେ ଏକ ବୃହତ୍ ଅଡିଟୋରିୟମ ନିର୍ମାଣ ପାଇଁ ସରକାର ୭.୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହା ଏବେ ଟେଣ୍ଡର ପ୍ରକ୍ରିୟାରେ ରହିଛି । ଏହି ସବୁ ବିକାଶମୂଳକ କାମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । Advertisement
ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଆରମ୍ଭ ହୋଇଛି । ଗତକାଲିଠାରୁ ଏହି ସେବା ଆରମ୍ଭ ହୋଇଥିବା ଭାରତୀୟ ରେଳ ପକ୍ଷରୁ…
ଅଭିଷେକଙ୍କ ପାଇଁ ସାହାଯ୍ୟର ହାତ ବଢେଇଲେ ସାତ ସାବିତ୍ରୀ ତାଳଚେର – ଓଡ଼ିଶାର ଚାରି କୋଟି ଜନତା ତାଙ୍କୁ ଟଙ୍କାଟିଏ ଲେଖାଏ ଦାନ କଲେ, ତାଙ୍କ ସିନ୍ଦୂର ବଞ୍ଚିଯିବ ।’ ଜଣେ ନବବିବାହିତା ପତ୍ନୀର ଏମିତି ଆକୁଳ…
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…