ମନୋରଞ୍ଜନ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବ ମହୋତ୍ସବ Angul OnlineDecember 3, 2023December 3, 2023 ଅନୁଗୁଳ – ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ପୁଣି ଜିଲ୍ଲାବାସୀଙ୍କୁ ଆମୋଦିତ କରିବ ଜିଲ୍ଲା ମହୋତ୍ସବ । ସ୍ଥାନିୟ କଳାକାରଙ୍କ ସମେତ ଓଲିଉଡ ଓ ବଲିଉଡ କଳାକାରଙ୍କ ଗିତନାଚରେ ଝୁମିବେ ଜିଲ୍ଲାବାସୀ । ତେବେ ଚଳିତ ବର୍ଷ କେବଳ ଅନୁଗୁଳ ସହରରେ ଏହି ମହୋତ୍ସବ ସିମିତ ହୋଇ ରହିବ ନାହିଁ । ସଦର ମହକୁମା ସହ ଜିଲ୍ଲାର ସମସ୍ତ ଉପଖଣ୍ଡରେ ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ଅନୁଗୁଳ ସମେତ ସମସ୍ତ ଉପଖଣ୍ଡ ଓ ଛେଣ୍ଡିପଦାରେ ଏହି ଉତ୍ସବ କରାଯିବ । ତାଳଚେର, ଛେଣ୍ଡିପଦା, ପାଳଲହଡ଼ା ଓ ଆଠମଲ୍ଲିକରେ ଏହି ଉତ୍ସବ ଶେଷ ହେବା ପରେ ଅନୁଗୁଳରେ ଉଦ୍ଯାପନୀ ଉତ୍ସବ କରିବାକୁ ଯୋଜନା କରାଯାଇଛି। ସୂଚନା ଅନୁସାରେ, ତାଳଚେରରେ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ସେହିପରି ଛେଣ୍ଡିପଦାରେ ଡିସେମ୍ବର ୨୭ରୁ ୨୯, ପାଲଲହଡ଼ାରେ ଜାନୁଆରି ୫ରୁ ୭ ଓ ଆଠମଲ୍ଲିକରେ ଜାନୁଆରି ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ମହୋତ୍ସବ କରାଯିବ । ଜାନୁଆରି ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଗୁଳ ମହୋତ୍ସବ ଅନୁଷ୍ଠିତ ହେବ । Advertisement
ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ…
ଓପି ଜିନ୍ଦଲ ସ୍କୁଲ୍ ର ଛାତ୍ରଛାତ୍ରୀ ଓ ନୃତ୍ୟ ଶିକ୍ଷକ ସମ୍ମାନିତ ଅନୁଗୁଳ – ସ୍ମୃତି କଲଚରାଲ୍ ଆସୋସିଏନ୍ ଆନୁକୂଲ୍ୟରେ ପ୍ରାୟୋଜିତ ” ମେଗା ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ମାୟାପୁରୀ ୨୦୨୧” ଗତ ଶୁକ୍ରବାର ଦିନ ପୁରୀ ଠାରେ ଅନୁଷ୍ଠିତ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…