ମର୍ମନ୍ତୁଦ ଦୁର୍ଘଟଣା: ପରିବାରର ୨ମୃତ, ୨ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଗତିପୁରୁଣାପାଣି ନିକଟରେ ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥ‌ିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଭୁବନେଶ୍ବରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ଗତିପୁରୁଣାପାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରରେ ଥ‌ିବା ଶ୍ରୀକାନ୍ତ ପଟେଲ (୬୬), ଗୀତାଞ୍ଜଳି ପଟେଲ(୫୭), ଶୁଭମ୍ ପଟେଲ (୩୧), ସ୍ବରୂପା ସାଏ(୬୮) ଗୁରୁତର ହୋଇଥିଲେ । ବାମୁର ଅଗ୍ନିଶମ ବିଭାଗ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ମଧ୍ୟରୁ ଶୁଭମ ପଟେଲ, ଗୀତାଞ୍ଜଳି ପଟେଲ ଓ ସ୍ବରୂପା ସାଏଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଗିତାଞ୍ଜଳି ପଟେଲ ଓ ସ୍ବରୂପା ସାଏଙ୍କ ମୃତ୍ୟୁ ଘଟିଥ‌ିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି  । ଶ୍ରୀକାନ୍ତ ଓ ଶୁଭମଙ୍କ ଚିକିତ୍ସା ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page