
ନାଲକୋନଗର – ନାଲକୋ ଟ୍ରକ ଓନର ୱେଲଫାୟାର ଆସୋସିଏସନ ଓ ଅନଗୁଳ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁନଥିବାରୁ ଟ୍ରକ ସଂଘ ପକ୍ଷରୁ ଡିସେମ୍ବର ମାସ ୮ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଯୋଗେ ଆଲୁମିନିୟମ ପରିବହନ ବନ୍ଦ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ତ୍ରିପାକ୍ଷିକ ଆଲୋଚନା ବିଫଳ ଓ ଗତ ଡିସେମ୍ବର ମାସରେ ନାଲକୋ ପ୍ରଶାସନ ସହିତ ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଦୁଇ ଦୁଇଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିବାରୁ ଡିସେମ୍ବର୨୪ ତାରିଖ ଉଭୟ ଟ୍ରକ ମାଲିକ ସଂଘ ନାଲକୋ ସ୍ମଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ସମୁଖ ରେ ଧାରଣା ଦେବା ସହ ନାରାବାଜୀ ଦେଇଥିଲେ ।ଇତି ମଧ୍ୟରେ ୧ମାସ ବିତି ଯାଇଛି । କେବଳ ନାଲକୋ ପ୍ରଶାସନ ଓ ଟ୍ରକ ମାଲିକ ସଙ୍ଘ ନିଜ ନିଜର ପରିବହନ ମୂଲ୍ୟ ପ୍ରଦାନ କରିଥିଲେ କିନ୍ତୁ ନିର୍ମାଣ କରାଯାଇଥିବା କମିଟି କୌଣସି ପଦକ୍ଷପ ନ ନେବାରୁ ଆଜି ଉଭୟ ଟ୍ରକ ମାଲିକ ସଂଘ ସକାଳ ୮ଘଟିକା ସମୟ ରେ ନାଲକୋ ସ୍ମେଲଟର ପ୍ଲାଣ୍ଟ ସମୁଖ ରେ ଧାରଣା ଦେଇଥିଲେ । ଆଜି ନାଲକୋ ପ୍ରଶାସନ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ଆଲୋଚନା କରିବାକୁ ଆସି ନଥିଲେ । ପରେ ଉଭୟ ଟ୍ରକ ମାଲିକ ସଂଘ ପକ୍ଷରୁ କୁଲାଡ଼ ସ୍ଥିତ ଥିବା ରେଳ ଧାରଣାରେ ରେଳ ରୋକ କରିଥିଲେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଟ୍ରକ ମାଲିକ ରେଳ ଧାରଣାରେ ବସି ରହି ଆନ୍ଦୋଳନ କରୁଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଆଡ଼ିସିନାଲ ଏସ୍.ପି ପିକେ ବିଶ୍ୱାଳ, ଅନଗୁଳ ଏସ୍.ଡି.ପି.ଓ ଅଶ୍ୱିନୀ ସାହୁଙ୍କ ସମେତ ୫ପ୍ଲାଟୁନ ଫୋର୍ସ ପହଞ୍ଚି ଥିଲେ । ସମସ୍ୟା ସମାଧାନ ନହେବାରୁ ଧାରଣାରେ ବସିଥିବା ପ୍ରାୟ ୮୦ ଜଣ ଟ୍ରକ ମାଲିକଙ୍କୁ ଅଟକ ରଖିଥିଲା ପୋଲିସ ।


