ଟ୍ରକ ପଛରେ ପିଟିହେଲା ଟ୍ରାଭେଲର – ୭ ଜବାନ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଜବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି ।


ସୂଚନା ଅନୁସାରେ ବିଳମ୍ବିତ ରାତିରେ ୨ୟ ବାଟାଲିୟନର ୧୪ ଜଣ ଜବାନଙ୍କୁ ନେଇ ଏକ ଟ୍ରାଭେଲର ଗାଡି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ମୁଣ୍ଡାସାହିଠାରେ ଜାତୀୟ ରାଜପଥ ଉପରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଟ୍ରାଭେଲରଟି ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ଜବାନ ମାନେ ଆହତ ହୋଇଥିଲେ । ଆହତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୫ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଛି ।ଆଉ ପ୍ରାୟ ୩ ଜଣ ସାମାନ୍ୟ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *