ଆଞ୍ଚଳିକ ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ Angul OnlineFebruary 16, 2024February 16, 2024 ଛେଣ୍ଡିପଦା – ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଂଚଳରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବା ବେଳେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି(ଶୁକ୍ରବାର୍)ଏହି ହାତୀଟି ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡରେ ସକାଳୁ ବୁଲୁଛି । ଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ମଧ୍ୟ ଲୋକ ଭୟ କରୁଛନ୍ତି । ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖା ଯାଇଛି । ସେହି କ୍ଷତରୁ ରକ୍ତ ଝରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଦୁଇଦିନ ହେଲା ଏଭଳି ଅବସ୍ଥାରେ ହାତୀଟି ବୁଲୁଥିବା ବେଳେ ବନ ବିଭାଗର ତଳିଆ କର୍ମଚାରୀ ମାନେ କେବଳ ଜଗି ରହିଥିଲେ । ଖବର ପାଇ ପରେ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ହାତୀର କ୍ଷତ ଥିବା ବରିଷ୍ଠ ଅଧିକାରିଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଅନୁଗୁଳରୁ ଏକ ଡାକ୍ତରୀ ଟିମ ଏବଂ ଟ୍ରାଙ୍କୁଲାଇଜ ଟିମ ପହଞ୍ଚିଥିଲା । ତେବେ ସଂଧ୍ଯା ସୁଧା ହାତୀ ଉପରେ କେବଳ ନଜର ରଖା ଯାଇଥିଲା । ବନ ବିଭାଗ କହିବା କଥା ପରିସ୍ଥିତି ଉପରେ ନଜର ରଖା ଯାଇଛି । ଆବଶ୍ଯକ ପଡିଲେ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପାଇଁ ବ୍ଯବସ୍ଥା କରାଯିବ । ତେବେ କ୍ଷତାକ୍ତ ହାତୀର ଚିକିତ୍ସା ନ କଲେ ସେ ଆହୁରି ଭୟଙ୍କର ହୋଇପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କିତ ଅବସ୍ଥାରେ ଅଛନ୍ତି । Advertisement
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …
ରାଷ୍ଟ୍ରୀୟ ନବବର୍ଷ ପାଳିତ ଅନୁଗୁଳ – ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଅଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଦଭବନଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଗୋବର୍ଦ୍ଧନ ମଠ ପୂରୀ ସନାତନ…