ମୁଖ୍ୟ ଖବର ପ୍ରାତଃ ଭ୍ରମଣ କରୁଥିବା ବେଳେ ଗାଡି ଧକ୍କାରେ ଦୁଇ ମୃତ Angul OnlineOctober 8, 2023October 8, 2023 ପାଲଲହଡା – ଜାତୀୟ ରାଜପଥ କଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି I ଆଜି(ରବିବାର୍) ସକାଳ ପ୍ରାୟ ୬ ଟା ବେଳେ ପାଳଲହଡା ଥାନା ଅନ୍ତର୍ଗତ ୪୯ ଜାତୀୟ ରାଜପଥ ମୁକ୍ତାପୁର ଗ୍ରାମ ନିକଟରେ ଏଭ୍ଳି ଅଭବନୀୟ ଘଟଣା ଘଟିଛି I ମୃତ ଦୁଇ ଯୁବକ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଓ ଅନ୍ୟ ଜଣେ ସୁସବ ଗ୍ରାମର ରାଜେଶ ଶୁଣ୍ଢୀ ବୋଲି ଜଣା ପଡିଛି I ପ୍ରତିଦିନ ପରି ଜାତୀୟ ରାଜପଥ କଡରେ ଉଭୟ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁହିଁଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇଥିବା ପୁଲିସ ସୂଚନା ଦେଇଛି I ଫଳରେ ଘଟଣାସ୍ଥଳ ରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି I Advertisement
ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର…
କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି ।…