ମୁଖ୍ୟ ଖବର ଦୂର୍ଘଟଣାରେ ଦୁଇ ମୃତ Angul OnlineFebruary 13, 2024February 13, 2024 ଅନୁଗୁଳ – ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃଲକ ମାନେ ହେଲେ ଚଉରିଡିହ ଗ୍ରାମର ନଦିଆ ସାହୁଙ୍କ ପୁଅ ଚିତ୍ତରଞ୍ଜନ ସାହୁ ଓ ନୂଆହତା ଗ୍ରାମର ଶ୍ରୀକାନ୍ତ ସାମଲଙ୍କ ପୁଅ ଆଶିଷ ସାମଲ ବୋଲି ଜଣା ପଡିଛି । ଉଭୟ ଅପରାହ୍ନ ଦୁଇଟା ପରେ ଏକ ଘରୋଇ କମ୍ପାନୀରୁ କାମ ସାରି ଜିଏମଆର ରାସ୍ତାରେ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । କଣ୍ଟାବଣିଆ ଥାନା ନିକଟ ଅଞ୍ଚଳରେ ଏକ ପାଉଁଶ ବୋଝେଇ ହାଇଓ୍ବା ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥାଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । କଣ୍ଟାବଣିଆ ଥାନା ପୁଲିସ ପହଞ୍ଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ଅନୁଗୁଳ ମୂଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ଜୋତା ଦୋକାନରେ ଅଗ୍ନୀକାଣ୍ଡ – ଲକ୍ଷାଧିକ ଟଙ୍କା ମୁଲ୍ଯର ସମ୍ପତ୍ତି ପୋଡି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଜୋତା ଦୋକାନରେ ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଦି ନଷ୍ଟ…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ…