ମୁଖ୍ୟ ଖବର ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ Angul OnlineMay 20, 2023May 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ିବା ପରେ ମହିଳାଙ୍କୁ ମେଡିକାଲକୁ ନଆଣି ଗୁଣିଆ ପାଖରେ ପକାଇବା ଯୋଗୁ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ହେଲେ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେଣୋଇ ( ୪୭ ) । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ପୃଷ୍ଠା ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ନିକଟସ୍ଥ ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଢ଼ଫୁଙ୍କ କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସକଳେ ତାଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ରେଫର କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ସୁଦ୍ମିନା ପ୍ରଧାନ ( ୭୫ ) । ସେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୋଳ ଥାନା ପୁଲିସ ଦୁଇ ପୃଥକ ମାମଲା ରୁକୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତକ୍ଷର କରିଛି । Advertisement
ହାତୀ ଦାନ୍ତ ଜବତ – ଦୁଇ ବେପାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ପଞ୍ଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ବନ ବିଭାଗ ଗିରଫ କରିଥିବା…
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…
କଟକଣା ପରେ ବଢିଛି ପେଟ୍ରୋଲ କଳାବଜାରୀ ଅନୁଗୁଳ – ସରକାରଙ୍କ ନୁଆଁ କଟକଣା ଏବେ ସମସ୍ତ ସାଧାରଣବର୍ଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଅସାଧୁ ବେପାରୀଙ୍କୁ ବେଶ ସୁହାଇଛି । ସରକାର ପ୍ଲାଷ୍ଟିକ…