ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି । କତଡା ଗ୍ରାମ ନିକଟରେ ସ୍କୁଟିକୁ ପଛରୁ ଇନୋଭା କାର ଧକ୍କା ଦ୍ଵବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସେହିପରି ବଉଳିଗଡ଼ ନିକଟରେ ଭାରସାମ୍ୟ ହରାଇ ଗଛରେ ଧକ୍କା ହେବା ଫଳରେ ମୋଟରସାଇକେଲ ଅରୋହୀଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କତଡା ଗ୍ରାମ ନିକଟରେ ଏକ ଇନୋଭା ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମୃତକ କତଡା ଗ୍ରାମର ଶ୍ରୀନିବାସ ସାହୁ । ସେ ସ୍କୁଟିରେ ଯାଉଥିବା ବେଳେ ଗୋଟିଏ ଇନୋଭା ପଛରୁ ଧକ୍କା ଦେଇଥିଲା। ଶ୍ରୀନିବାସ ପଡ଼ି ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଜରପଡା ଥାନା ପୁଲିସ ପହଞ୍ଚି ପୁଲିସ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ଜଣେ ଅବସରପ୍ରାପ୍ତ  ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡିଛି ।

ସେହିଭଳି ବଅଁରପାଳ ବ୍ଲକ ବଉଳିଗଡ଼ ସାପ୍ତାହିକ ହାଟ ବାଙ୍କ ନିକଟରେ ଦୁର୍ଘଟଣା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ହିନ୍ଦୋଳ ଥାନା ବଡ଼ଗୋଳ ଗ୍ରାମର କିରଣ ଭୋଇ ବୋଲି ଜଣା ପଡ଼ିଛି । ସେ କୌଣସି କାମରେ ବଅଁରପାଳ ଅଞ୍ଚଳକୁ ବାଇକ ଯୋଗେ ଯିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ଗଛ ସହିତ ତାଙ୍କର ଧକ୍କା ହୋଇ ଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *