ମୁଖ୍ୟ ଖବର ଟ୍ରେନରେ କଟି ଦୁଇ ମୃତ Angul OnlineNovember 24, 2021November 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର ରେଳପଥର ସର୍ଗିପାଲି ଷ୍ଟେସନ ପାଖରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଧାର ହୋଇଥିଲା । ମୃତକ ଜଣଙ୍କ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ବିଶ୍ୱଜିତ ପ୍ରଧାନ ବୋଲି ଜଣା ପଡିଛି । ତାଙ୍କ ମୁଣ୍ଡରୁ ଶରୀର ଅଲଗା ହୋଇ ଯାଇଛି । ପାରିବାରିକ କଳହ ଯୋଗୁଁ ଟ୍ରେନ ଲାଇନରେ ସେ ମୁଣ୍ଡ ଦେଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି । ହଣ୍ଡପା ପୁଲିସ ଘଟଣାର ତଦନ୍ତ କରୁଛି । ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ କଇଁଫୁଲିଆ ସାହି ଦେଇ ଯାଇଥିବା ସମ୍ବଲପୁର ରେଳ ଧାରଣା କଡରୁ G.R.P ପୁଲିସ ଆଜି ପୂର୍ବାହ୍ନରେ ଏକ ମୃତ ଦେହ ଉଦ୍ଧାର କରିଛି । ମୃତକଙ୍କ ନାମ ପ୍ରତାପ ଭୁକ୍ତା, ହୋଇଥିବା ବେଳେ ତାଙ୍କ ଘର, ଝାଡ୍ ଗ୍ରାମ୍ ଜିଲ୍ଲାର ଝାଡ୍ ଗ୍ରାମ୍ ଥାନା ଜାରଲାଟା ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ଅଞ୍ଚଳରେ ରହି ରେଲୱେ ବିଭାଗରେ ଠିକା ଶ୍ରମିକ ଭାବେ କାମକରୁଥିଲେ । ହଠାତ୍ ଆଜି ଏଭଳି ଘଟଣା ଘଟିବା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସତ୍ୟା ସତ୍ୟ ଜଣାପଡିବ ବୋଲି ପୁଲିସ କହିଛି । Advertisement
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…