ମୁଖ୍ୟ ଖବର ଟ୍ରେନରେ କଟି ଦୁଇ ମୃତ Angul OnlineNovember 24, 2021November 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର ରେଳପଥର ସର୍ଗିପାଲି ଷ୍ଟେସନ ପାଖରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଧାର ହୋଇଥିଲା । ମୃତକ ଜଣଙ୍କ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ବିଶ୍ୱଜିତ ପ୍ରଧାନ ବୋଲି ଜଣା ପଡିଛି । ତାଙ୍କ ମୁଣ୍ଡରୁ ଶରୀର ଅଲଗା ହୋଇ ଯାଇଛି । ପାରିବାରିକ କଳହ ଯୋଗୁଁ ଟ୍ରେନ ଲାଇନରେ ସେ ମୁଣ୍ଡ ଦେଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି । ହଣ୍ଡପା ପୁଲିସ ଘଟଣାର ତଦନ୍ତ କରୁଛି । ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ କଇଁଫୁଲିଆ ସାହି ଦେଇ ଯାଇଥିବା ସମ୍ବଲପୁର ରେଳ ଧାରଣା କଡରୁ G.R.P ପୁଲିସ ଆଜି ପୂର୍ବାହ୍ନରେ ଏକ ମୃତ ଦେହ ଉଦ୍ଧାର କରିଛି । ମୃତକଙ୍କ ନାମ ପ୍ରତାପ ଭୁକ୍ତା, ହୋଇଥିବା ବେଳେ ତାଙ୍କ ଘର, ଝାଡ୍ ଗ୍ରାମ୍ ଜିଲ୍ଲାର ଝାଡ୍ ଗ୍ରାମ୍ ଥାନା ଜାରଲାଟା ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ଅଞ୍ଚଳରେ ରହି ରେଲୱେ ବିଭାଗରେ ଠିକା ଶ୍ରମିକ ଭାବେ କାମକରୁଥିଲେ । ହଠାତ୍ ଆଜି ଏଭଳି ଘଟଣା ଘଟିବା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସତ୍ୟା ସତ୍ୟ ଜଣାପଡିବ ବୋଲି ପୁଲିସ କହିଛି । Advertisement
ଦୂର୍ଗା ପଡିଆରୁ ହଟିବାକୁ ଟେଣ୍ଟ ହାଉସକୁ ନିର୍ଦେଶ ଅନୁଗୁଳ – ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆକୁ କବଜା କରିଥିବା ବେହେରା ଟେଣ୍ଟ୍ ହାଉସ୍କୁ ହାଇକୋର୍ଟଙ୍କ ଛାଟ ପଡିଛି । ତୁରନ୍ତ ଜବରଦଖଲରୁ ହଟି ନିଜ ଜିନିଷ…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗାଁରେ ୨୦୨୪ ମସିହାରେ ଜଣେ ଯୁବକକୁ ହତ୍ୟା କରିବା ଘଟଣାରେ ଜିଲ୍ଲା ଓ ଦୌରା ଜଜ ଅଭିଯୁକ୍ତକୁ…
ବ୍ରିଜ ତଳକୁ ପଡି ରୋଷେୟା ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହିନ୍ଦୋଳ…