ମୁଖ୍ୟ ଖବର ପୋଖରୀରେ ବୁଡି ଦୁଇ ନାବାଳିକା ମୃତ Angul OnlineOctober 7, 2021October 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ଓ ଦୟାନିଧି ପ୍ରଧାନଙ୍କ ଝିଅ ଜ୍ୟୋତି ପୋଖରୀକୁ ଗାଢେଇବାକୁ ଯାଇଥିଲେ । ତେବେ ଉଭୟ ପୋଖରୀରେ ବୁଡି ଯାଇଥିଲେ । ସେହି ପୋଖରୀ ଦେଇ ଯାଉଥିବା ଜଣେ ଗୋରୁ ଚରାଳୀ ଉଭଯଙ୍କୁ ପାଣିରେ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି । Advertisement
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା…
ପ୍ଲାଷ୍ଟିକ ଓ କାଗଜ କପ ବ୍ୟବହାର କଲେ ଦଣ୍ଡ,ନକଲେ ପୁରସ୍କାର ଅନୁଗୁଳ – ପ୍ଲାଷ୍ଟିକ ଗ୍ଲାସ ଏବଂ ପେପର କପ ବ୍ୟବହାର ଉପରେ କଠୋର ହୋଇଛି ଅନୁଗୁଳ ପୌରପାଳିକା । ପୌରପାଳିକା ପକ୍ଷରୁ ଆଜିଠାରୁ ଏହି ପ୍ଲାଷ୍ଟିକ ଓ…