ଅପରାଧ ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ Angul OnlineNovember 29, 2023November 29, 2023 ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା (୩୦) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା (୪୨) । ଖୋର୍ଦ୍ଧାରୋଡ ରେଳବାଇ ପୁଲିସର ସିଆଇବି ଓ ତାଳଚେର ଆରପିଏଫ୍ ମିଳିତ ଭାବେ ଆମ୍ବୁସ୍ ଚଳାଇଥିବା ବେଳେ ଉଭୟେ ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ଖୁସିରେ ଟ୍ରେନ୍କୁ ପଥର ଫିଙ୍ଗିଥିବା ଉଭୟ ମାନି ଯାଇଥିଲେ । ରେଳବାଇ ପୁଲିସ ଅଭିଯୁକ୍ତ ସନ୍ତୋଷ ଓ ବିଜୟଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇଥିଲା । ସେଠାରେ ଉଭୟଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ରେଳବାଇ ପୁଲିସ ତରଫରୁ ସି୩ସି-୨୨୫/୨୦୨୩ରେ ରେଳବାଇ ଆକ୍ଟର ୧୫୩, ୧୪୫(ସି) ଓ ୧୪୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି। Advertisement
ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର…
ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ।…
ଜଣେ ମହିଳା ସମେତ ୩ ଲୁଟେରା ଗିରଫ – ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗିଫ୍ଟ କାର୍ଡ କରିଥିଲେ ଲୁଟ ତାଳଚେର – ତାଳଚେର ଗୋପାଳପ୍ରସାଦ ଥାନା କୁମୁଣ୍ଡା- କୋଶଳା ଜଙ୍ଗଲ ରାସ୍ତାରେ ଗତ ୨୬ ତାରିଖ ଦିନ ଅନନ୍ତ କୋଇଲା ଖଣିର ଭିପିଆର କମ୍ପାନୀର ଗିଫ୍ଟ କାର୍ଡ…