ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineMarch 15, 2022March 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି । ସୂଚନା ଅନୁସାରେ କଳମଛୁଇଁ ଦେଉଳ ଛକ ନିକଟରେ ମୃତକ ଜଣଙ୍କ ହେଲେ ତେଲିଶୀଙ୍ଗା ଗ୍ରାମର ଏମସିଏଲ୍ କର୍ମଚାରୀ ଶିବା ନନ୍ଦ ସାହୁ । ଆହତ ଜଣଙ୍କ ହେଲେ କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ଦେବଦତ୍ତ ସ୍ୱାଇଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ପାଣି ଟ୍ୟାଙ୍କରକୁ ଜବତ କରିଛି । ସେହିପରି ଆଜି ଅପରାହ୍ନ ସମୟରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁଭର ନିକଟରେ ଏକ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ । ସେ ଭଣ୍ଡୁବର ଅଞ୍ଚଳକୁ କାମ କରିବାକୁ ଯାଉଥିବା ବେଳେ ଏକ ଟିପର ତାଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି ।…
ଲକ୍ଷ୍ମୀ ବସ ଧକ୍କାରେ ଡେଲିଭରି ବୟଙ୍କ ମୃତ୍ୟୁ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଲକ୍ଷ୍ମୀ ବସ୍ ସହ ଏକ…