ଅପରାଧ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ Angul OnlineAugust 8, 2024August 8, 2024 ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି ୫ ଜଣ ଯୁବକ ଗଣ ବଳାତ୍କାର କରିଥିବା ଅଭିଯୋଗ । ବୁଧବାର ରାତିରେ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁଇ ଜଣ ଯୁବତୀ ଅନୁଗୁଳ ଭିଆଇପି ରୋଡ ଗଳିରେ ବସିଥିଲେ। ସେଠାକୁ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏହାର କିଛି ସମୟ ପରେ ଏକ କାରରେ ଓ ମୋଟରସାଇକେଲ ଯୋଗେ ଆଗପଛ ହୋଇ ୫ ଜଣ ଯୁବକ ସେଠାରେ ପହଞ୍ଚିଥିଲେ । ଉଦ୍ୟାନ ପଛପାଖରେ ଥିବା ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟର ଭିତରେ ଯୁବତୀଙ୍କୁ ସାମୟିକ ଭାବେ ରହିବାର ବ୍ୟବସ୍ଥା କରି ଦେବା ବାହାନାରେ ଦୁଇ ଯୁବତୀଙ୍କୁ ଧରି ସଭିଏଁ ଜିନ୍ଦଲ ବିମାନଘାଟି ରାସ୍ତାରେ ଯାଇ ନିଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ । ଜଙ୍ଗଲ ଭିତରେ ୪ଜଣ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଦୁଇ ଯୁବତୀଙ୍କୁ ବଳାତ୍କାର କରିଥିଲେ । ସେଠାରୁ ଆସି ରାତିରେ ଯୁବତୀମାନେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ବଡ଼ହୀରା ଗାଁର ହୃଦୟ ଚନ୍ଦ୍ର ପ୍ରଧାନ , ଜଗତସିଂହପୁରର ଅସିତ କୁମାର ସାହୁ ଆଦି ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଆଉ ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ମାନଙ୍କୁ ଠାବ କରା ଯାଇଥିବାରୁ ଥାନା ଅଧିକାରୀ ଧିରେଶ କୁମାର ଦାସଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି । Advertisement
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ…
ଡ୍ୟୁଟି ଯାଉଥିବା ବେଳେ ଭୁଜାଲିରେ ଆକ୍ରମଣ – ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟଙ୍କୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି…