ମୁଖ୍ୟ ଖବର ସୁରକ୍ଷା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା Angul OnlineNovember 27, 2022November 27, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ସୀମାନ୍ତ ଜରପଡା ଓ ବଇଣ୍ଡା ମଧ୍ୟରେ ଥିବା ଏଆଇପିଏଲ (ଅଗ୍ରୱାଲା ଇନଫ୍ରା ବିଲଡ ପ୍ରାଇଭେଟ ଲିମିଟେଡ) କମ୍ପାନୀ ପରିସରରୁ କାର୍ଯ୍ୟରତ ଜନୈକ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତ ସୁରକ୍ଷା କର୍ମୀ ହେଲେ ଜରପଡା ଥାନା ଦୁବନାଳୀ ଗ୍ରାମର ଶ୍ରୀଧର ପ୍ରଧାନଙ୍କ ପୁଅ ଟିଟୁ ପ୍ରଧାନ । ସୂଚନା ଅନୁସାରେ ଅନୁଗୁଳ-ବଇଣ୍ଡା ୫୫ନଂ ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଏଆଇପିଏଲ କମ୍ପାନୀ କରୁଛି । ସେହି କମ୍ପାନୀ ପରିସରରେ ଏକ ସୁରକ୍ଷା ସଂସ୍ଥାରେ ମୃତ ଟିଟୁ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଶନିବାର ରାତ୍ରୀ ୧୦ଟାରେ କାର୍ଯ୍ୟରତ ସମୟରେ ତାଙ୍କର ଦେହ ଅସୁସ୍ଥ ହେବାରୁ ସେ ଅନ୍ୟ ଜଣେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ । ସୁରକ୍ଷାକର୍ମୀ ଜଣକ ପାଖକୁ ଆସିବା ପରେ ଟିଟୁଙ୍କ ଦେହ ଅତ୍ୟନ୍ତ ଖରାପ ଥିବା ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲା ଚିକିତ୍ସାଳୟକୁ ନେଇଯାଇଥିଲେ । ଡାକ୍ତର ସେଠାରେ ଟିଟୁଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସମ୍ପର୍କୀୟ ମାନେ ଡାକ୍ତରଖାନାରେ ପହଁଚି ସୁରକ୍ଷାକର୍ମୀଙ୍କ ଶବକୁ ନେଇ ଆସି ଅନୁଗୁଳ ୫୫ନଂ ଜାତୀୟ ରାଜପଥର କତଡା ଠାରେ ଥିବା ଏଆଇପିଏଲ କମ୍ପାନୀ ସମ୍ମୁଖ ଜାତୀୟ ରାଜପଥ ଉପରେ ଶବ ରଖି କ୍ଷତିପୁରଣ ଦାବିରେ ଧାରଣାରେ ବସିଥିଲେ । ଏହାପରେ ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ରଜପଥ ଅବରୋଧ ନକରିବା ପାଇଁ ଅନୁରୋଧ କରିଥିଲେ । ଆନ୍ଦୋଳନକାରୀ ମାନେ ପ୍ରାୟ ୧ ଘଣ୍ଟା ପରେ ଜାତୀୟ ରାଜପଥରୁ ଶବକୁ ନେଇ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ । ଦିର୍ଘ ୫ ଘଣ୍ଟା ପରେ କମ୍ପାନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କ୍ଷତିପୁରଣ ବାବଦରେ ୭୦ ହଜାର ଟଙ୍କା ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନ କାରୀ ମାନେ ଧାରଣା ପ୍ରତ୍ୟାହୃତ କରିବା ପରେ ସୁରକ୍ଷା କର୍ମୀଙ୍କ ଶବକୁ ନେଇ ଗ୍ରାମରେ ସତ୍କାର କରିଥିଲେ । ମୃତ ସୁରକ୍ଷା କର୍ମୀଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ବେଳେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଏସଆଇ ଗଙ୍ଗାଧର ବେହେରା ପ୍ରକାଶ କରିଛନ୍ତି । Advertisement
ରାସ୍ତା ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା, ଶଳା-ଭିଣୋଇ ହାତାହାତି ଅନୁଗୁଳ – ବଜାର ଉପରେ ସ୍ତ୍ରୀ ସହ ସ୍ବାମୀଙ୍କ ଝଗଡା । କେବେଳ ସ୍ୱାମୀ-ସ୍ତ୍ରୀ ଝଗଡା ନୁହେଁ ନିଜ ଶଳା ସହ ହାତାହାତି । ପ୍ରାୟ ଅଧାଘଣ୍ଟା…
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ…
ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…