ରାଜନୀତି ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ଉଷା ଓ ଜଗନ୍ନାଥ ବିଜୟୀ Angul OnlineJuly 25, 2023July 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ତାଳଚେର ପୌର ପରିଷଦ ୨ ନମ୍ବର ଓ ୪ ନମ୍ବର କାଉନ୍ସିଲର ନିର୍ବାଚିତ ହୋଇଛନ୍ତି । ଅନୁଗୋଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଗୋଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ ଏନ୍ଏସିର ପୌରାଧ୍ୟକ୍ଷ ଓ କାଉନ୍ସିଲରମାନେ ଅଂଶଗ୍ରହଣ କରିଥିଲେ । ୨୦-୧୪ ଭୋଟ୍ ବ୍ୟବଧାନରେ ତାଳଚେର ୪ ନମ୍ବର ୱାର୍ଡ ବିଜେଡି କାଉନ୍ସିଲର ଜଗନ୍ନାଥ ଗଡ଼ନାୟକ ବିଜୟୀ ହୋଇଥିବା ବେଳେ ଅନୁଗୁଳ ୨ ନମ୍ବର ୱାର୍ଡ ବିଜେଡି କାଉନ୍ସିଲର ଉଷା ସାମଲ ମଧ୍ୟ ବିଜୟୀ ହୋଇଛନ୍ତି । ଉଭୟଙ୍କୁ ଦଳୀୟ ସମର୍ଥନ ଜଣାଇଥିବା କାଉନ୍ସିଲର ଓ ନଗରପାଳଙ୍କ ସହ ଜିଲ୍ଲାର ୩ ବିଧାୟକ ଓ ସାଂସଦଙ୍କୁ ଶ୍ରୀ ଗଡ଼ନାୟକ ଓ ଶ୍ରୀମତୀ ସାମଲ କୃତଜ୍ଞତା ଜଣାଇଛନ୍ତି । Advertisement
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି ଅନୁଗୁଳ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଵ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ହେବାକୁ ଥିବା ବେଳେ…
ସରକାରୀ ଯୋଜନାରେ ତ୍ବରାନ୍ବିତକରଣ ପାଇଁ ବିଧାୟକଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ବିଧାୟକ ନଳିନୀକାନ୍ତ ପ୍ରଧାନ । ଜିଲ୍ଲା ପରିଷଦ ସମ୍ମିଳନୀ…
ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ…