ସ୍ୱାସ୍ଥ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ଵଙ୍କୁ ଟୀକାକରଣ ଆରମ୍ଭ Angul OnlineJune 7, 2021June 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଭିନ୍ନ କଟକଣା ସହ ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି ସଂକ୍ରମଣ କୁ ବ୍ରେକ ଲଗାଇ ହେବ । ସେଥିପାଇଁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି ୧୮ ରୁ ୪୪ ବର୍ଷ ବୟସ୍କ ଙ୍କ ପାଇଁ ଟୀକାଦାନ । ଜିଲ୍ଲାରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଏଥିରେ ଯୋଡିହୋଇଛି ୧୮ ରୁ ୪୪ ବର୍ଷ ବୟସ୍କ ଙ୍କ ପାଇଁ ଟୀକାଦାନ ।ଏହି ବୟସ ବର୍ଗର ଟୀକା କରଣ ପାଇ ଅନ ଲାଇନରେ ସ୍ଲଟ ବୁକିଙ୍ଗ କରିବାକୁ ପଡିବ । କୋ-ୱିନ ଆପ କିମ୍ବା ୱେବ ସାଇଟ କୁ ଯାଇ ଟୀକାକରଣ ପାଇଁ ସ୍ଲଟ ବୁକିଙ୍ଗ କରି ଟୀକା ନେଇ ପାରିବେ । ଅନୁଗୁଳ ଷ୍ଟାଡିଅମ ପଡିଆରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳେ ୯ ଟା ରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟୀକା ନେବାକୁ ସମୟ ସ୍ଥିର କରାଯାଇଛି । ଦୈନିକ ପାଖା ପାଖି ୧୫୦୦ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । ନିଜେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଟୀକାକରଣ କ୍ୟାମ୍ପ କୁ ଆସି ଟୀକାଦାନ ବ୍ୟବସ୍ଥା ର ତଦାରଖ କରିଛନ୍ତି । କିଭଳି ଅଧିକରୁ ଅଧିକ ଲୋକ ଟୀକା ପାଇବେ ସେଥି ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । ଜିଲାର ସମସ୍ତ ବ୍ୟକ୍ତି ଟୀକା ପାଇବା ପର୍ଯ୍ୟନ୍ତ ଏହି ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣା ପଡ଼ିଛି । ବହୁ ବିଳମ୍ବରେ ଅନୁଗୁଳ ୧୮ ରୁ ୪୪ ବର୍ଷ ବୟସ ର ଲୋକମାଙ୍କୁ ଟୀକା କରଣ ଯାଇଛି । ଯାହାକୁ ନେଇ ପ୍ରଥମେ ଅସନ୍ତୋଷ ଦେଖା ଦେଇଥିଲା ଏବେ ସୁବ୍ୟବସ୍ତିତ ଢଙ୍ଗରେ ଟୀକାଦାନ ଆରମ୍ଭ ହୋଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି । Advertisement
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…
୧୦ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରାଜ୍ୟ ସରକାର ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା…
ଫାଇଲେରିଆ ରୋଗ ର ସଂକ୍ରମଣ ହାର ଆକଳନ ତାଳଚେର – ଏଇ ନିକଟରେ ଶେଷ ହୋଇଛି ଅନୁଗୁଳ ଜିଲ୍ଲାର ତିନୋଟି ବ୍ଲକ ଅନୁଗୁଳ,ବଅଁରପାଳ ଓ ପାଲଲହଡା ରେ ଜାତୀୟ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ…