୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଗ୍ରାମ୍ୟ କୃଷି କର୍ମଚାରୀ

ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କୃଷି ବିଭାଗ ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଦାସ । ସେ ଏକ ଏନ.ଜି.ଓ ସଂସ୍ଥାର କୋଡିନେଟର ରଞ୍ଜନ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା ।

ସୂଚନା ଅନୁସାରେ କିଶୋରନଗର ବ୍ଲକର ଏକ ଏନ.ଜି.ଓ. ସ୍ଥାନୀୟ ଅଞ୍ଚଳରେ ବିରି , ମୁଗ ,ରାଶି ଏବଂ ଔଷଧ ବିତରଣ କରିଛି । ଏହି କୃଷି କର୍ମଚାରୀ ସେହି ଅଞ୍ଚଳରେ ଏହି ସବୁ ବିହନ ଓ ଔଷଧ ବିତରଣର ୟୁଟିଲାଇଜେସନ ସାର୍ଟିଫିକେଟ ଏନ.ଜି.ଓ. କୁ ଦେବା କଥା । ଏଥିପାଇଁ ଏନ.ଜି.ଓ.ର କୋଡ଼ିନେଟର ରଞ୍ଜନ ପ୍ରଧାନ କୃଷି କର୍ମଚାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଲେ ମଧ୍ୟ କୃଷି କର୍ମଚାରୀ ବିଶ୍ୱନାଥ ଏହା ଦେଉ ନଥିଲେ । ଏଥିପାଇଁ ସେ ଟଙ୍କା ଲାଞ୍ଚ ମାଗୁଥିଲେ । ଏଥିପାଇଁ ରଞ୍ଜନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ରଞ୍ଜନ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ବିଶ୍ୱନାଥ ଦାସଙ୍କୁ ଭିଜିଲାନ୍ସ କାବୁ କରିଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page