ମଦ ମୁକ୍ତ ପାଇଁ ଗାଁ ମହିଳାଙ୍କ ପ୍ରୟାସ

ଅନୁଗୁଳ – ମଦ ପାଇଁ ସମାଜ ଆଜି ପ୍ରଥଭ୍ରଷ୍ଟ । ଯୁବପିଢି ବିପଥଗାମୀ । ଏହାକୁ ବୁଝି ପାରିଛନ୍ତି ଅନୁଗୁଳ ଜିଲ୍ଲା କୁମଣ୍ଡ ଓ ଜରସିଂହା ଗାଁର ଲୋକେ । ଏଥିପାଇଁ ଗତ କିଛି ମାସ ହେଲା ଗାଁର ପୁରୁଷ ଓ ମହିଳା ମାନେ ଏକତ୍ରିତ ହୋଇ ଗାଁରେ ମଦ ବିକ୍ରି ଉପରେ କଟକଣା ଲଗାଇଥିଲେ ।

ଗାଁର କୌଣସି ବ୍ୟକ୍ତି ମଦ ବିକ୍ରି କଲେ କିମ୍ବା ମଦ ପିଇ ବିଶୃଙ୍ଖଳା କଲେ ଜୋରିମନା ଦେବାକୁ ନିୟମ କରିଛନ୍ତି । ଆଉ ଏଥିପାଇଁ ଆଜି ଗାଁର ସମସ୍ତ ମହିଳା ଗାଁରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ହାତରେ ପ୍ଲା କାର୍ଡ଼ ଧରି ସ୍ଲୋଗାନ ଡାକି ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି । ମଦ ଯୋଗୁଁ ଅନେକ ପରିବାର ନଷ୍ଟ ହୋଇ ଯାଇଛି । ଅକାଳରେ ଅମୂଲ୍ୟ ଜୀବନ ଚାଲି ଯାଉଛି । ଏଥିପାଇଁ ଶତାଧିକ ମହିଳା ଆଜି ଏଭଳି ଏକ ଶୋଭାଯାତ୍ରାରେ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି । ଗାଁର ଅନେକ ପୁରୁଷ ମଧ୍ୟ ଏହାକୁ ସମର୍ଥନ ଦେଇଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page