ମୁଖ୍ୟ ଖବର କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) Angul OnlineAugust 19, 2023August 19, 2023 ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଏକ ବିରାଟକାୟ କୁମ୍ଭୀର ଦେଖିବା ପରେ ଗାଁରେ ଏବେ ଭୟର ବାତାବରଣ । ସୂଚନା ଅନୁସାରେ ଗାଁର ଦୁଇଜଣ ଯୁବକ ନଦୀ କୂଳରେ ବସି ବନଶୀ କଣ୍ଟାରେ ମାଛ ମାରୁଥିଲେ । ଏହି ସମୟରେ ଏକ ବିରାଟ କୁମ୍ଭୀର ପାଣିରେ ଭାସୁଥିବା ସେମାନେ ଦେଖିଥିଲେ । ଏହା ଦେଖି ସେମାନେ ଭୟରେ ଦଉଡି ପଳାଇ ଆସିବା ସହ ଗାଁରେ କହିଥିଲେ । ଗାଁ ଲୋକ କୁମ୍ଭୀର ଥିବା ଜାଣି ଏବେ ଭୟରେ । କାରଣ ନଦୀ ଉପରେ ଗ୍ରାମବାସୀ ପ୍ରାୟ ନିର୍ଭରଶୀଳ । ଏହା ସହ ନଦୀକୁ ଲାଗି ଧାନ ଜମି ଲାଗି ରହିଛି । କେତେବେଳେ ନଦୀ ପାଣିରୁ ଉଠି ଆସିବ ବୋଲି ଚିନ୍ତାରେ ଲୋକେ । ତେବେ ଖବର ପାଇ ବନ ବିଭାଗ ଓ ପୁଲିସ ଗାଁରେ ପହଞ୍ଚି କୁମ୍ଭୀରର ସତ୍ୟତା ନେଇ ତଦନ୍ତ କରୁଛି ।ବନ ବିଭାଗ ମାଇକ ଦ୍ୱାରା ଲୋକଙ୍କୁ ନଦୀକୁ ନ ଯିବା ପାଇଁ ସଚେତନ ମଧ୍ଯ କରା ଯାଇଛି । https://angulonline.com/odia/wp-content/uploads/2023/08/WhatsApp-Video-2023-08-19-at-23.02.43.mp4 Advertisement
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି…
ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି…