ମୁଖ୍ୟ ଖବର କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) Angul OnlineAugust 19, 2023August 19, 2023 ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଏକ ବିରାଟକାୟ କୁମ୍ଭୀର ଦେଖିବା ପରେ ଗାଁରେ ଏବେ ଭୟର ବାତାବରଣ । ସୂଚନା ଅନୁସାରେ ଗାଁର ଦୁଇଜଣ ଯୁବକ ନଦୀ କୂଳରେ ବସି ବନଶୀ କଣ୍ଟାରେ ମାଛ ମାରୁଥିଲେ । ଏହି ସମୟରେ ଏକ ବିରାଟ କୁମ୍ଭୀର ପାଣିରେ ଭାସୁଥିବା ସେମାନେ ଦେଖିଥିଲେ । ଏହା ଦେଖି ସେମାନେ ଭୟରେ ଦଉଡି ପଳାଇ ଆସିବା ସହ ଗାଁରେ କହିଥିଲେ । ଗାଁ ଲୋକ କୁମ୍ଭୀର ଥିବା ଜାଣି ଏବେ ଭୟରେ । କାରଣ ନଦୀ ଉପରେ ଗ୍ରାମବାସୀ ପ୍ରାୟ ନିର୍ଭରଶୀଳ । ଏହା ସହ ନଦୀକୁ ଲାଗି ଧାନ ଜମି ଲାଗି ରହିଛି । କେତେବେଳେ ନଦୀ ପାଣିରୁ ଉଠି ଆସିବ ବୋଲି ଚିନ୍ତାରେ ଲୋକେ । ତେବେ ଖବର ପାଇ ବନ ବିଭାଗ ଓ ପୁଲିସ ଗାଁରେ ପହଞ୍ଚି କୁମ୍ଭୀରର ସତ୍ୟତା ନେଇ ତଦନ୍ତ କରୁଛି ।ବନ ବିଭାଗ ମାଇକ ଦ୍ୱାରା ଲୋକଙ୍କୁ ନଦୀକୁ ନ ଯିବା ପାଇଁ ସଚେତନ ମଧ୍ଯ କରା ଯାଇଛି । https://angulonline.com/odia/wp-content/uploads/2023/08/WhatsApp-Video-2023-08-19-at-23.02.43.mp4 Advertisement
ସ୍ୱାମୀ-ସ୍ତ୍ରୀ ହତ୍ୟାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଏକ ହତ୍ୟା ଘଟଣା ରେ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ…
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ ।…
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…