ସମସ୍ୟା ତହସିଲ କାର୍ଯ୍ୟାଳୟ ସମୁଖରେ ୯ ଦଫା ଦାବି ନେଇ ଗ୍ରାମବାସୀଙ୍କ ବିକ୍ଷୋଭ Angul OnlineFebruary 15, 2023February 15, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୈାଜାରେ ଥିବା ନୟନୀ କୋଲ ବ୍ଲକ୍କୁ କୋଇଲା ଉତ୍ତୋଳନ ପାଇଁ ସିଂଘ୍ରାନୀ କମ୍ପାନୀକୁ ଯୋଗାଇ ଦିଆଯାଇଥିଛି । ଜଙ୍ଗଲ ଜମିରେ ଖଣି ଖାଦାନ ନ କରିବା ପାଇଁ ଛେଣ୍ଡିପଦା ଗ୍ରାମ୍ୟ କମିଟ ଓ ବନ ସଂରକ୍ଷଣ ସମିତି ପକ୍ଷରୁ ବାରମ୍ବାର ପ୍ରଶାସନ ଓ କମ୍ପାନୀ ନିକଟରେ ଅଭୀଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ବେଳେ ଗ୍ରାମାବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ଗ୍ରାମ୍ୟ କମିଟ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ଆହ୍ୱାନ କ୍ରମେ ବୁଧବାର ଗ୍ରାମର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ବୁଧବାର ଏକ ଶୋଭାଯାତ୍ରାରେ ଆସି ବଜାର ପରିକ୍ରମା କରିବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଜଙ୍ଗଲରେ ଖଣି ଖାଦାନ କରାଗଲେ ଜଙ୍ଗଲରେ ଥିବା ବନ୍ୟ ଜନ୍ତୁଙ୍କ ବାସସ୍ଥଳ , ଜଙ୍ଗଲରେ ଥିବା ବହୁ ମୁଲ୍ୟବାନ ବୃକ୍ଷ ଓ ଔଷଧିୟ ବୃକ୍ଷ ନଷ୍ଟ ହୋଇଯିବ । ଯାହା ଦ୍ୱାରା ଗ୍ରାମବାସୀଙ୍କ ଜିବନ ଜୀବିକା ପ୍ରଭାବିତ ହେବ । ଏପରିକି ଜଙ୍ଗଲଟି ଗ୍ରାମ ନିକଟରେ ଥିବାରୁ ଭଲ ଅମ୍ଲଜାନ ଟିକିଏ ପାଇ ପାରୁଛନ୍ତି । ଯଦି ଏଠାରେ କୋଇଲା ଖଣି କରାଗଲେ ଆଗାମି ଦିନରେ ଛେଣ୍ଡିପଦାରେ ଜଳସ୍ତର କମିବା ସହିତ ଚାଷ କାମରେ ଆସୁଥିବା ୩ଟି ଚିରସ୍ରୋତା ନାଳ ତାର ସତା ହରାଇବା ସହିତ ଅଂଚଳ ପ୍ରଦୂଷିତ ହେବ । ଏ ନେଇ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ୯ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ଆଉ ଏକ ଦାବି ପତ୍ର ଛେଣ୍ଡିପଦା ବନାଂଚଳ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଛେଣ୍ଡିପଦା ଜଙ୍ଗଲକୁ ପାଳି କରି ଗ୍ରାମବାସୀ ମାନେ ଜଗି ଆସୁଅଛନ୍ତି । କିନ୍ତୁ ଗ୍ରମାବସୀଙ୍କ ଅନୁମତି କିମ୍ବା ପ୍ରଶାସନର ଅନୁମତି ନ ନେଇ ସିଂଘ୍ରାନି କମ୍ପାନି କତୃପକ୍ଷ କୋଇଲା ଖଣି କରିବା ପାଇଁ ଜଙ୍ଗଲକୁ କାଟି ପାଇଁ ବସିଛି । ଏହି ଜଙ୍ଗଲ ନଷ୍ଟ ହେଲେ ଗ୍ରାମବାସୀଙ୍କ ଜିବନ ଜୀବିକା ପ୍ରଭାବିତ ହେବ । ବନବିଭାଗ ପକ୍ଷରୁ ଜଙ୍ଗଲ ବୃଦ୍ଧି ନିମନ୍ତ ଜନସାଧାରଣଙ୍କ ସାହାଯ୍ୟ ଲୋଡୁଛନ୍ତି । କିନ୍ତୁ ଜଙ୍ଗଲକୁ କମ୍ପାନିକୁ ଟେକି ଦେଲା ବେଳେ ସେହି ଜନସାଧାରଣଙ୍କୁ ପଚାରୁ ନାହାଁନ୍ତି । ଆଗାମି ଦିନରେ ଜନସାଧାରଣ ଏହାର ଦୃଢ ଜବାବ ଦେବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଫୋପାଡିବା ଘଟଣା – ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି , ୩ ଦିନ ମହଲତ ଦେଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ଏକ ଷ୍ଟାଫ କ୍ବାଟର ଭାଙ୍ଗିବା ବେଳେ ଲକ୍ଷାଧିକ ଟଙ୍କାର ଏକ୍ସପାରି ଔଷଧ ମିଳିଥିବା ଘଟଣାକୁ ନେଇ ଅନୁଗୁଳ ବିଜେପି ମହିଳା…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…
ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ…