ବଢୁଛି ଖଣି ବିରୋଧୀ ଅସନ୍ତୋଷ – ଭିଟାମାଟି ନ ଛାଡିବାକୁ ଶପଥ ନେଲେ ଗ୍ରାମବାସୀ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଶିବ ମନ୍ଦିର ଠାରେ ଆଜି ଗ୍ରାମବାସୀ ମାନଙ୍କର ଏକ ମେଳି ହୋଇଥିଲା । ଏଥିରେ ଜିଏମଡିସି କମ୍ପାନୀ ପକ୍ଷରୁ କରାଯାଉଥିବା କୋଇଲା ଖଣି ବିରୁଦ୍ଧରେ ଶପଥ ନେଇଛନ୍ତି କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳବାସୀ । ଜୀବନ ଯିବ ପଛେ ଭିଟାମାଟିକୁ ଛାଡିବେ ନାହିଁ ବୋଲି ୧୨ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକ ଶପଥ ନେଇଛନ୍ତି ।

ସୂଚନା ଅନୁସାରେ ଆଜି ମାଛକୁଟା ଗ୍ରାମରେ ଥିବା ଶିବ ମନ୍ଦିର ଠାରେ ପ୍ରାୟ ୧୨ଟି ଗ୍ରାମର ମୁଖ୍ୟ କର୍ତାମାନେ ମେଳି ହୋଇଥିବା ବେଳେ ଜିଏମଡିସି କମ୍ପାନୀକୁ ବିରୋଧ କରିଥିଲେ । ଅଞ୍ଚଳରେ ଖଣି ଖାଦାନ କରାଗଲେ ଅଞ୍ଚଳ ଗ୍ରାମବାସୀ ବିସ୍ଥାପିତ ହୋଇ ନିଜର ଭିଟା ମାଟିକୁ ହରାଇବେ । ତେଣୁ ଗ୍ରାମବାସୀ ମାନେ ସର୍ବସମ୍ମତି କ୍ରମେ ଜୀବନ ଯିବ ପଛେ ଭିଟାମାଟିକୁ ଛଡିବେ ନାହିଁ ବୋଲି ଶପଥ ନେଇଥିଲେ । ଏହି ବୈଠକରେ ହାଣ୍ଡିଗୋଡା, ସାଲୁଇଖମଣ, ଖୁଣ୍ଟାନାଳି, ମାଛକୁଟା, ତେନ୍ତୁଲୋଇ, ଜାମ୍ବୁନାଲି, ବାଲିଝରଣ, ଡେଉଁରିଆଝରଣ, ବସନ୍ତପୁର, ଚରାକାନି, ସପୋଇନାଲି ଆଦି ଗ୍ରାମର ଗ୍ରାମବାସୀ ଯୋଗ ଦେଇଥିଲେ ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ । ଆଗାମୀ ଦିନରେ କିପରି ଏହି ଆନ୍ଦୋଳନକୁ ଏକ ବିରାଟ ଗଣ ଆନ୍ଦୋଳନରେ ପରିଣତ କରି କୋଇଲା ଖଣିକୁ ବନ୍ଦ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page