ଆଞ୍ଚଳିକ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ Angul OnlineOctober 1, 2023October 1, 2023 ଅନୁଗୁଳ – ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରବିବାର ଅମଲାପଡ଼ାର ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ, ସନ୍ଥ ନିରଙ୍କରି ମଣ୍ଡଳ ଓ ବାଣୀରୂପା ଷ୍ଟଡି ସେଣ୍ଟରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୋଟ୍ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ତଥା ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସନ୍ଥ ନିରଙ୍କରି ପୁରୀ ବ୍ରହ୍ମଗିରିର ଶାନ୍ତି ମା’, ବାସନ୍ତୀ ଦୁର୍ଗା ପୂଜା କମିଟିର ଉପଦେଷ୍ଟା ପ୍ରଦୀପ ଦେବତା, ଭଲିହୋମର ସଭାପତି ପ୍ରତାପ ମାଝି, ଅଧ୍ୟାପକ ସତ୍ୟପ୍ରସାଦ ସାହୁ, ଅଧ୍ୟାପକ ସଞ୍ଜୟ କୁମାର ସାହୁ, ଧବଳେନ୍ଦୁ ପ୍ରଧାନ, ଦୀପକ ଦେହୁରୀ, ପ୍ରିୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ମା’ ବାସନ୍ତୀ ଦୁର୍ଗା ପୂଜା କମିଟିର ସମ୍ପାଦକ ଅନୁପ କୁମାର ମହାନ୍ତି, କୋଷାଧ୍ୟକ୍ଷ ଟୁଟୁ ପ୍ରଧାନ, ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ, ସ୍ୱେଚ୍ଛାସେବକ ବ୍ରହ୍ମଜ୍ୟୋତି ମିଶ୍ର, କ୍ରୀଡ଼ା ପ୍ରଶିକ୍ଷକ ଦୁଷ୍ୟନ୍ତ ନାଥ, ବନ୍ଦା ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ, ସନ୍ଥ ନିରଙ୍କରି ମଣ୍ଡଳର ବିଶ୍ଵମ୍ବର ଦାସ, ସନ୍ତୋଷ କୁମାର ସାମଲ, ପୂର୍ଣ୍ଣଚନ୍ଦ୍ର ସିଂ, ମିନା ଦାସ, ବିପିନ ବିହାରୀ ଦେହୁରୀଙ୍କ ସମେତ ସନ୍ଥ ନିରଙ୍କରି ମଣ୍ଡଳର ମହାତ୍ମାଜୀଗଣ, ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ହୋମଦ୍ୟୁତି ବେହେରା, ଲୋହିତ ନାରାୟଣ ବେହେରା,ଲିଙ୍କନ ମହାପାତ୍ର, ଅବିନାଶ ଦେବତା ମା’ ବାସନ୍ତୀ ଦୁର୍ଗାପୂଜା କମିଟିର ସଭ୍ୟମାନେ ପରିଚାଳନା କରିଥିଲେ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତକେନ୍ଦ୍ରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । Advertisement
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…
ନଦୀରେ ବୁଡି ଜଣେ ମୃତ ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର…
ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ…