ମୁଖ୍ୟ ଖବର ଇଟାଭାଟିରେ ତହସିଲଦାରଙ୍କ ଲୋକ ଦେଖାଣିଆ ଚଢାଉ Angul OnlineMay 12, 2022May 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଇଟା ଭାଟି ଗୁଡିକ ଉପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । ତାଳଚେର ତହସିଲଦାରଙ୍କ ଉପସ୍ଥିତିରେ ଏହି ବେଆଇନ ଇଟାଭାଟି ଗୁଡିକୁ ଜେସିବି ସହାୟତାରେ ଭଙ୍ଗା ଯାଇଛି । ତାଳଚେର କଙ୍କିଳି ଗ୍ରାମ ନଦୀ କୁଳ ନିକଟରେ ଅନେକ ବେଆଇନ ଇଟାଭାଟି ଗଢ଼ା ଯାଇଥିଲା । ଏହି ବେଆଇନ ମାଟି ଇଟା ଭାଟି ଉପରେ ଆଜି ପୁଲିସ ସହାୟତାରେ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଇଟା ଭାଟି ଉପରେ ଚଢ଼ାଉ କରି ବେଆଇନ ମାଟି ଇଟା ଉପରେ ଏହି ଚଢାଉ କରାଯାଇଥିଲା । ତେବେ ପୂର୍ବରୁ ତହସିଲ ପକ୍ଷରୁ ଫାଇନ କଟା ଯାଇଥିବା ବେଳେ ଇଟା ଭାଟି ଭଙ୍ଗା ଯିବାକୁ ନେଇ କୌଣସି ନୋଟିସ ନଦେଇ ଭାଟି ଗୁଡିକୁ ତହସିଲ ପକ୍ଷରୁ ଭଙ୍ଗା ଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏହି ଚଢାଉ ବେଳେ ଏକ ପ୍ଲାଟୁନ ପୋଲିସ ଫୋର୍ସ , ଅନେକ ରାଜସ୍ୱ ବିଭାଗ ଅଧିକାରୀ ଜେସିବି ମେସିନ ନେଇ ଇଟାଭାଟି ଭାଙ୍ଗିବାକୁ ଯାଇଥିଲେ । ହେଲେ ତହସିଲଦାରଙ୍କ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଇଟାଭାଟି ଗୁଡିକର କେବଳ ଗୋଟିଏ କୋଣ ଭାଙ୍ଗି ଛାଡି ଦିଆ ଯାଉଥିଲା । ଭାଟିର ବାକି ସମସ୍ତ ଇଟା ସୁରକ୍ଷିତ ଛାଡି ଦିଆ ଯାଉଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିଦ । ଯଦି ସଂପୂର୍ଣ୍ଣ ନଷ୍ଟ କରା ଯାଉ ନାହିଁ ତେବେ ଏ ପ୍ରହସନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟେ ସହରର ଅତି ନିକଟରେ ଏତେ ସଂଖ୍ୟକ ଇଟା ମାଟି ଥିବା ବେଳେ ପ୍ରଶାସନ ପାଖରେ କେମିତି ଖବର ନଥିଲା ତାହାକୁ ନେଇ ସନ୍ଦେହ ଉପୁଜିଛି । Advertisement
କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…