ମୁଖ୍ୟ ଖବର କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? Angul OnlineSeptember 28, 2024September 28, 2024 ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ପ୍ରକୃତରେ ଘଟଣା କଣ ? ମିଳିଥିବା ସୂଚନା ଅନୁସାରେ କଣିହାଁ କନ୍ଧବେରଣୀ ଗାଁ ନିକଟ ଦେଇ NTPC ପକ୍ଷରୁ ଆସ ପାଇପ ବିଛାଇବାର ଥିଲା । ତେବେ ପାଇପ ବିଛାଇବା ବେଳେ ସ୍ଥାନୀୟ ଲୋକଙ୍କ ଜମି କ୍ଷତିଗ୍ରସ୍ତ ହେଉଛି । ଯେଉଁ ଲୋକଙ୍କ କ୍ଷତି ହେଉଛି ସେମାନଙ୍କୁ କମ୍ପାନୀ ପକ୍ଷରୁ ଉଚିତ କ୍ଷତିପୂରଣ ସହ ସ୍ଥାନୀୟ ୧୦୦ ଲୋକଙ୍କୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା । ହେଲେ କମ୍ପାନୀ ପ୍ରତିଶ୍ରୁତି ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଏ ନେଇ ସ୍ଥାନୀୟ ଲୋକ ବିଧାୟକ ବ୍ରଜ କିଶୋରଙ୍କ ନିକଟରେ ଗୁହାରି କରିଥିଲେ । ଏ କଥା ଜାଣିବା ପରେ ବିଧାୟକ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଶକ୍ତି ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରେ ତ୍ରିପାକ୍ଷିକ ଆଲୋଚନା ହୋଇ ସେଠାରେ NTPC ୧ ହଜାର ପରିବର୍ତ୍ତେ ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଜିଯାଏ ତାହା ପୂରଣ କରିନାହିଁ । ଏପଟେ ସର୍ତ୍ତ ପୂରଣ ନ କରି କମ୍ପାନୀର କିଛି ଲୋକ ପାଇପ ବିଛାଇବା କାମ ଆରମ୍ଭ କରି ଦେଇଥିଲେ । ଯାହା ଖବର ପାଇ ବିଧାୟକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଆଉ କମ୍ପାନୀ ଲୋକଙ୍କ ଦାବି ନ ଶୁଣି କାମ କରୁଥିବା ଦେଖି ବିଧାୟକଙ୍କ ରାଗ ବଢି ଯାଇଥିଲା । କମ୍ପାନୀ ଲୋକଙ୍କୁ ଗାଳି ଗୁଲଜ କରି ସ୍ଥାନ ଛାଡି ତୁରନ୍ତ ଚାଲିଯିବାକୁ ତାଗିଦ କରିଥିଲେ । ଯାହାର ଚିତ୍ର କେହି କମ୍ପାନୀ ଲୋକ ଚୁପ କରି ଉତ୍ତୋଳନ କରି ନେଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଭାଇରାଲ କରାଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ଯେ , ଲୋକଙ୍କ ସ୍ୱାର୍ଥ ପୂରଣ ନ କରି କମ୍ପାନୀ ମାନମୁଖୀ କାର୍ଯ୍ୟ କରିବା ଯତାର୍ଥ କି ? ଯଦି ନାହିଁ ତେବେ ଲୋକଙ୍କ ହିତ ପାଇଁ ବିଧାୟକ କମ୍ପାନୀକୁ ଗାଳି କରିବାରେ ଅସୁବିଧା କେଉଁଠି ? ବିଧାୟକଙ୍କ ଏଭଳି ଭିଡ଼ିଓ ଦେଖି ଜଣେ ୭୦ ବର୍ଷ ବୃଦ୍ଧ ଆମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ – ଯଦି ବିଧାୟକ ଭଲ ନୁହେଁ , ତେବେ ଲଗାତାର ବିଜୟ କିଭଳି ହାସଲ କରିଥିବା ବେଳେ ଚଳିତ ବର୍ଷ ୩୫ ହଜାର ଅଧିକ ଭୋଟରେ ବିଜୟୀ ହେଲେ କେମିତି । ବିଧାୟକ ସବୁବେଳେ ଲୋକଙ୍କ ସହ ରହିଥାନ୍ତି ଆଉ ଏବେ ମଧ୍ୟ ଲୋକଙ୍କ ପାଇଁ କାମ କରୁଛନ୍ତି । କେବଳ ଜଣେ ନୁହେଁ , ସୋସିଆଲ ମେଡିଆ ଠାରୁ ଆରମ୍ଭ କରି ପ୍ରତ୍ଯକ୍ଷ ଭାବେ ଅନେକ ଲୋକ ବିଧାୟକଙ୍କ ସପକ୍ଷରେ ଉକ୍ତି ବାଢିଛନ୍ତି । Advertisement
ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ ଅନୁଗୁଳ – ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟ ଅନୁଗୁଳ ଜିଲ୍ଲା କଣିହାଁ…
ରେଞ୍ଜ ଅଫିସର ନିଲମ୍ବିତ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…