ଅନୁଗୁଳ – ପ୍ରେମିକା ସହ ହୋଟେଲରେ ଥିବା ବେଳେ ଧରା ପଡି ହଟହଟା ହେଲେ ବିବାହିତ ପୁରୁଷ । ସ୍ତ୍ରୀ ଓ ଶଶୁର ଘର ଲୋକ ଏକାଠି ଉଭୟ ପ୍ରେମିକ ପ୍ରେମିକାକୁ ହୋଟେଲରେ ସମୟ ଅତିବାହିତ କରୁଥିବା ବେଳେ ଧରିଥିଲେ । ଏବଂ ଚଳାଇ ଚଳାଇ ଥାନାକୁ ଭିଡି ଆଣିଥିଲେ । ଯାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ବାଗଡିଆ ଥାନା ଅଞ୍ଚଳର ଅନିଲ କୁମାର ସାହୁ ବୈଦିକ ରୀତିରେ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ତିନି ମାସ ପରେ ଉଭୟଙ୍କ ମଧ୍ୟରେ ଫାଟ ଦେଖା ଦେଇଥିଲା । ଏନେଇ ଅନେକ ଥର ଉଭୟ ପରିବାର ମଧ୍ୟରେ ବାରମ୍ବାର ବୈଠକ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଆଜି ଛେଣ୍ଡିପଦା ଥାନା ଦେବଗଡ଼ ଛକ ନିକଟରେ ଥିବା ଏକ ହୋଟେଲରେ ସ୍ୱାମୀ ଜଣେ ବିବାହିତା ମହିଳାଙ୍କ ସହ ଥିବା ଖବର ପାଇ ଅନିଲଙ୍କ ସ୍ତ୍ରୀ ପରିବାର ଲୋକଙ୍କ ସହିତ ହୋଟେଲ ତଳେ ଜଗି ରହିଥିଲେ । ବିବାହିତା ମହିଳାଙ୍କ ସହ ତାଙ୍କ ସ୍ବାମୀ ହୋଟେଲ ତଳକୁ ଆସିବା ପରେ ସ୍ତ୍ରୀ ବିବାହିତା ମହିଳାଙ୍କୁ ଧରି ଗାଳି ଗୁଲଜ କରିବା ସହିତ ରାସ୍ତାରେ ଉଭୟ ସ୍ୱାମୀ ଓ ତାଙ୍କ ପ୍ରେମିକାକୁ ଚଲାଇ ଚଲାଇ ଛେଣ୍ଡିପଦା ଥାନାକୁ ଆଣି ଜିମା ଦେଇଥିଲେ । ପୁଲିସ ଏହି ଘଟଣାରେ ପୋଲିସ ପଚରା ଉଚରା ଚଳାଇଛି ।


