ମୁଖ୍ୟ ଖବର କେନାଲରେ ଭାସିଗଲେ ମହିଳା Angul OnlineSeptember 18, 2024September 18, 2024 ଅନୁଗୁଳ – ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର କେନାଲ ରେ ଗାଧୋଇଲା ବେଳେ ଭାସି ଗଲେ ମହିଳା । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ମହିଳା ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ସାହି ବାସିନ୍ଦା ଅଶୋକ ସାମଲ ଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣିମା ସାମଲ। ପରିବାର ର ୫ ଜଣ ସଦସ୍ୟ ସକାଳ ପ୍ରାୟ ୫.୩୦ ଗାଧୋଇବା ବେଳେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟ ମାନେ ନିଜ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ । ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ, ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଥିଲେ । ପ୍ରାୟ ୮ ଘଣ୍ଟା ଖୋଜାଖୋଜି ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । Advertisement
ରାଜଧାନୀ ରାଜପଥରେ ଅନୁଗୁଳ କଳାକାରଙ୍କ ନୃତ୍ୟ ପରିବେଷଣ ଅନୁଗୁଳ – ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…
ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍ ଅନୁଗୁଳ – ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ…