ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ, ନାବାଳକ ଗୁରୁତର Angul OnlineJune 20, 2022June 20, 2022 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହିତଳା ମନ୍ଦିର ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଶାଳଖମଣ ଗ୍ରାମର ଶୁକ୍ରୁ ଭୋଇଙ୍କ ସ୍ତ୍ରୀ ସାନ ଭୋଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଖବର ପାଇ ସମବେଦନା ଜଣାଇବା ପାଇଁ ମହିତଳାର କାଳିଆକଟା ଗ୍ରାମକୁ ଆସିଥିଲେ । ସେଠାରୁ ସେ ଏକ ପଲସର ମଟରସାଇକେଲରେ ସମ୍ପର୍କୀୟ ସନାତନ ରାଉତ ଓ ତାଙ୍କ ପୁଅ ସୁଶାନ୍ତ ରାଉତଙ୍କ ସହ ବସି ଫେରୁଥିବାବେଳେ ମହିତଳା ମନ୍ଦିର ଛକ ନିକଟରେ ହଠାତ ପଛରୁ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ସାନ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରସାଇକେଲ ଚାଳକ ସନାତନ ରାଉତଙ୍କ ପୁଅ ସୁଶାନ୍ତ ରାଉତ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଆହତ ସୁଶାନ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଅପରପକ୍ଷେ କ୍ଷତିପୁରଣ ଓ ଭାରୀଯାନ ଚଳାଚଳ ବନ୍ଦ ଦାବିରେ ସ୍ଥାନୀୟ ଲୋକମାନେ ହିଙ୍ଗୁଳା ଯାଇଥିବା ପୁର୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହିତ ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିଲା । ଖବର ପାଇ ନିଶା ଶିଳ୍ପାଂଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । Advertisement
ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଅନୁଗୁଳ – ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଠାରୁ ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କୃଷ୍ଣା ମହାନ୍ତି । ପୌର ପ୍ରଶାସନର ମନମୁଖୀ…
ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ -୫୫ ର ଟ୍ରକ ଆସୋସିଏସନ ଆଗରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି…