ଅନୁଗୁଳ – ନିଜ ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍କୋ ଥାନା ଅଞ୍ଚଳର ଦୀପୁ ସାହୁ ନାମକ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ , ୨ ବର୍ଷ ତଳେ ଦିପୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର କିଛିଦିନ ପରେ ଯୌତୁକ ଦାବି କରି ଦିପୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପଡିସ୍ଥିତି ଏପରି ହୋଇଥିଲା ଯେ , ଦିପୁଙ୍କ ସ୍ତ୍ରୀ ବାପ ଘରକୁ ଫେରିଆସିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଦିପୁ ତାଙ୍କ ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରିବା ସହ ଥାନା ଅଧିକାରୀ ଗଙ୍ଗାଧର ବେହେରା ଓ ଏଏସ୍ଆଇ ସୁବ୍ରତ କୁମାର ପାଢ଼ୀ ଛତିଶଗଡରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।