ଅପରାଧ ଧାର ଆକାରରେ ଟଙ୍କା ନେଇ ମହିଳା ଚମ୍ପଟ – ଥାନର ଦ୍ଵାରସ୍ଥ ହେଲେ ମହିଳା Angul OnlineSeptember 30, 2024September 30, 2024 ଅନୁଗୁଳ – ଟଙ୍କା ଧାର ଆକାରରେ ନେଇ ମହିଳା ଚମ୍ପଟ । ଏ ନେଇ ଥାନାରେ ଅଭିଯୋଗ କଲେ ମହିଳା । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ଅଞ୍ଚଳ ତଥା ୧୧ ନମ୍ବର ୱାର୍ଡ ରେ ରହୁଥିବା କିଛି ମହିଳା ମାନଙ୍କ ଠାରୁ ସେହି ଅଞ୍ଚଳର ଜଣେ ମହିଳା ଟଙ୍କା ନେଇ ନ ଶୁଝିବା ରୁ ଉକ୍ତ ମହିଳା ମାନେ ଥାନା ରେ ଅଭିଯୋଗ କରିଛନ୍ତି। ସୂଚନା ଯଅନୁସାରେ, ହାଟ ଛକ ଅଞ୍ଚଳର ଲିପି ନାଏକ ଙ୍କ ଠାରୁ ୬୦ ହାଜର, ଆରତି ନାଏକ ଠାରୁ ୪୦ ହାଜର, ସୁମିତ୍ରା ପ୍ରଧାନ ଠାରୁ ୬୦ ହାଜର, ଭାଗ୍ୟବତୀ ପ୍ରଧାନ ୧୨ ହାଜର, କାବେରୀ ପ୍ରଧାନ ୬୫ ହାଜର, ସଂଯୁକ୍ତା ନାଏକ ୧୬ ହାଜର, ପୂଜା ପ୍ରଧାନ ୫୦ ହାଜର ଟଙ୍କା ଝିଅ ପାଠ ପଢା ଏବଂ ବାହା ଘର ପାଇଁ କରଜ କରି କି ନେଇଥିଲେ। ଟଙ୍କା ନେଇ ଥିବା ମହିଳା ଜଣ ଙ୍କ ପ୍ରତ୍ୟକ ମାସ ରେ ଟଙ୍କା ଶୁଝିବେ ବୋଲି କହିଥିଲେ। ଟଙ୍କା ନେଇ ଥିବା ମହିଳା ଜଣ ଙ୍କ ଟଙ୍କା ନ ସୁଝି କେଉଁ ଆଡେ ପଳାଇ ଯାଇଛି ବୋଲି ଟାଉନ ଥାନାରେ ମହିଳା ମାନେ ଅଭିଯୋଗ କରିଛନ୍ତି। ଏ ପଟେ ଅଭିଯୋଗ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। Advertisement
ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିଲା – ଗିରଫ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଅଞ୍ଚଳ ଦେଇ ଗଞ୍ଜେଇ ନେଇ ଯାଉଥିବା ଜଣେ ଗଞ୍ଜେଇ ବେପାରିଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସୂଚନା…
ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…