ଅପରାଧମୁଖ୍ୟ ଖବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ Angul OnlineJanuary 25, 2021January 25, 2021 ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କୁ ପୁଲିସ କାବୁ କରି ନେଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ତାଳଚେର ଗୋବରା ଗ୍ରାମର ଦମୟନ୍ତୀ ବେହେରା । ତାଙ୍କ ଅଭିଯୋଗ ହେଲା ଯେ ତାଙ୍କର ୩୦ ବର୍ଷ ପୂର୍ବେ ବିବାହ ହୋଇଥିଲା । ୧୪ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇ ସାରିଛି । କିନ୍ତୁ ତା ପୂର୍ବରୁ ତାଙ୍କ ଘରର ସମ୍ପତ୍ତି ଭାଗବଣ୍ଟା ସରିଥିଲା । ହେଲେ ତାଙ୍କ ସ୍ଵାମିଙ୍କ ମୃତ୍ୟୁ ପରେ ତାଙ୍କ ଦେଢଶୁର ଚୈତନ୍ୟ ବେହେରା ଅନ୍ୟାୟ ଭାବରେ ବଳପୂର୍ବକ ତାଙ୍କ ଜାଗାକୁ ୨ ବର୍ଷ ହେଲା ଦଖଲ କରୁଛନ୍ତି । ସେ , ଗ୍ରାମକମିଟି , ପଞ୍ଚାୟତ , ଥାନା , ଉପଜିଲ୍ଲାପାଳ , ତହସିଲଦାର , ଓ ଥାନା ଓ ଏସପିଙ୍କ ପାଖକୁ ଦରଖାସ୍ତ କରିଥିଲେ । ହେଲେ ବହୁବାର ଲିଖିତ ଅନୁରୋଧ କରିବା ପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବାଧ୍ୟ ହୋଇ ସେ ବିନାପଟାରେ ଘରବାରି ଜାଗାରେ ରହିଆସୁଛନ୍ତି । ସେ ଜଣେ ଅସହାୟ ବିଧବା ମହିଳା ଏବଂ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ମଧ୍ୟ ଅଛନ୍ତି । ତାଙ୍କର ଏକ ମାତ୍ରପୁଅର ଦେହ ଅସୁସ୍ଥ ଥିବାରୁ ଆର୍ଥିକ ସ୍ଥିତ ଠିକ୍ ନାହିଁ । ସେପଟେ ଦେଢଶୁରଙ୍କ ଅତ୍ୟାଚାର ବିଭିନ୍ନ ପ୍ରକାର ବଢି ଚାଲିଛି । କିନ୍ତୁ ଦେଢଶୁରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ କି ତାଙ୍କ ନ୍ୟାୟ ମିଳି ପାରୁ ନାହିଁ । ଏଥିପାଇଁ ସେ ବାଧ୍ୟ ହୋଇ ଆତ୍ମହୁତି ଉଦ୍ୟମ କରିଛନ୍ତି ବୋଲି ସମ୍ପୃକ୍ତ ମହିଳା କହିଛନ୍ତି । ସେପଟେ ପୁଲିସ ତାଙ୍କୁ ଅଟକ ରଖିବା ପରେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରା ଯାଇଛି । ତାଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ଚେଷ୍ଟା କରା ଜୀବ ବୋଲି ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ପ୍ରତିଶ୍ରୁତି ଦେଇଛନ୍ତି । Advertisement
ଦିହେଁ ଦୁହିଁଙ୍କ ଜାଲରେ ଫସିଲେ ସ୍ୱାମୀ- ସ୍ତ୍ରୀ ଓ ବାପ-ପୁଅ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି…
ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜରପଡ଼ା…
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…