କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତେଲିସିଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଘରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ହରି ଭୂତିଆଙ୍କ ପୁଅ ରାଜେନ୍ଦ୍ର ଭୂତିଆ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ରାଜେନ୍ଦ୍ର ଗତକାଲି ରାତିରେ ଘର ଭିତରେ ବେକରେ ରଶି ଲଗାଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ କଣିହାଁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ କଣିହାଁ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପ୍ରେମ ସଂମ୍ପର୍କରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାର ଅଧିକ ତଦନ୍ତ କଣିହାଁ ପୁଲିସ ଜାରି ରଖିଛି।