ଭଲ ଖବର ଡେରଜାଙ୍ଗ ଜଳଭଣ୍ଡାର ସଫେଇ କଲେ ଯୁବକ – ଏକ ଟନ୍ ଆବର୍ଜନା ସଂଗ୍ରହ Angul OnlineJanuary 3, 2023January 3, 2023 ଅନୁଗୁଳ – ଧୂଳିଧୂଆଁର କର୍ମମୟ ଜୀବନରୁ ନିଜକୁ ଟିକେ ହାଲକା କରିବା ପାଇଁ ଅନୁଗୋଳ ସହରବାସୀ ଚାଲିଯାଆନ୍ତି ସହର ନିକଟ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ (ଡ୍ୟାମ) ନିକଟକୁ । ବିରାଟ ଜଳଭଣ୍ଡାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବର୍ଷସାରା ବୁଲି ଆସନ୍ତି ଆଉ ଭୋଜି କରିଥାନ୍ତି । ବିସ୍ତୀର୍ଣ୍ଣ ଜଳଭଣ୍ଡାର ଯୋଗୁଁ ଏକ ସୁସ୍ଥ ଓ ସୁଦୃଢ ଆର୍ଦ୍ରଭୂମି ସୃଷ୍ଟି ହୋଇପାରିଛି । ଆର୍ଦ୍ରଭୂମି ଯୋଗୁଁ ବିଭିନ୍ନ ପ୍ରକାର ପକ୍ଷୀ ସହ ଅନେକ ଜଳଜ ପ୍ରାଣୀ ପ୍ରାକୃତିକ ଆବାସସ୍ଥଳି ପାଲଟିଛି ଡେରଜାଙ୍ଗ ଜଳଭଣ୍ଡାର । ପର୍ଯ୍ୟଟନସ୍ଥଳୀ ଡେରଜାଙ୍ଗର ଶୋଭା ସମ୍ପଦକୁ କିଛି ଦାୟିତ୍ଵହୀନ ପର୍ଯ୍ୟଟକଙ୍କ ଅସ୍ବଚ୍ଛ କାର୍ଯ୍ୟକଳାପ ଦ୍ବାରା ପ୍ରଦୂଷିତ କରୁଛନ୍ତି । ଜଳଭଣ୍ଡାରର ବାହ୍ୟପାର୍ଶ୍ବ ସହ ଭିତର ମଧ୍ୟ ଆବର୍ଜନାରେ ଭର୍ତ୍ତି ହୋଇଛି । ବିଶେଷ କରି ପାଣିରେ ପ୍ଲାଷ୍ଟିକ ବୋତଲ, ଜରି, ପ୍ଲାଷ୍ଟିକ ଥଳୀ ପଡିବା ଯୋଗୁଁ ସେଠାକାର ସୌନ୍ଦର୍ଯ୍ୟ ହାନୀ ହେବା ସହ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି ହେଉଛି । ଅନୁଗୁଳ ଜିଲ୍ଲାର ଅତି ନିକଟ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଡେରଜାଙ୍ଗ ଡ୍ୟାମକୁ ଆବର୍ଜନାମୁକ୍ତ କରିବା ଉଦ୍ଦେଶ୍ୟରେ “ନିର୍ମଳ ଡେରଜାଙ୍ଗ ଜଳଭଣ୍ଡାର” ନାମକ ଅଭିଯାନ ମାଧ୍ୟମରେ ଲୌହମାନବ ସର୍ଦ୍ଦାର ବହ୍ଲବ ଭାଇ ପଟେଲଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ “ଜାତୀୟ ଏକତା ଦିବସ” ଠାରୁ ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଏବଂ ସାଥୀ ପରିବାରର ମିଳିତ ଆନୁକୁଲ୍ୟରେ “ଡେରଜାଙ୍ଗ ନିର୍ମଳ ଜଳଭଣ୍ଡାର” ଅଭିଯାନ ଆରମ୍ଭ କରାଯାଇ ପ୍ରତ୍ୟେକ ଦିନ ସଫେଇ କାର୍ଯ୍ୟ କରାଯାଉଅଛି । ଆଜି ନୂତନ ବର୍ଷର ଦ୍ବିତୀୟ ଦିନରେ ଏକ ଦିନିକିଆ ସଫେଇ କାର୍ଯ୍ୟ କରାଯାଇ ସର୍ବମୋଟ ଏକ ଟନ୍ ରୁ ଅଧିକ ପ୍ଲାଷ୍ଟିକ, ପଲିଥିନ ଏବଂ ରବର ଭଳି ଆବର୍ଜନା ସଂଗ୍ରହ କରାଯାଇଅଛି । ଏହି ଅଭିଯାନ ବର୍ଷ ତମାମ ଚାଲୁ ରହିବା ସହ ପର୍ଯ୍ୟଟନମାନଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯିବାକୁ ସାଥୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ସହାୟତାରେ ଡେରଜାଙ୍ଗ ଜଳଭଣ୍ଡାରକୁ ସ୍ବଚ୍ଛ ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । Advertisement
ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ ଅନୁଗୋଳ – ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ…
ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର…
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…