ଅପରାଧ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ Angul OnlineJanuary 9, 2024January 9, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣଙ୍କ ହେଲେ ନାବାଳିକାଙ୍କ ଗାଁର ୨୨ ବର୍ଷୀୟ ଚନ୍ଦନ ମାଝୀ । ସୁଚନା ଅନୁସାରେ ଚନ୍ଦନଙ୍କ ଘର ତାଳଚେର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ନାବାଳିକାଙ୍କ ଗାଁରେ ଘର କରି ରହିଛନ୍ତି । ଗତ ଦୁଇ ଦିନ ତଳେ ଗାଁର ଜଣେ ୩ ବର୍ଷୀୟ ସମ୍ପର୍କୀୟ ଭାଣିଜୀକୁ ଚନ୍ଦନ ଭୁଲେଇ ଭାଲେଇ ଏକ ଶାଗୁଆନ ବଗିଚାକୁ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ତାଙ୍କ ଘର ଆଗରେ ଛଡିଦେଇ ପଳାଇ ଯାଇଥିଲା । ପରେ ପରିବାର ଲୋକ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡକାୟତ ଗ୍ୟାଙ୍ଗଙ୍କ ଠାରୁ ୧୨୦ ଟି ମୋବାଇଲ ଫୋନ ସମେତ ମାରଣାସ୍ତ୍ର ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କଣ୍ଢାଳ ଜଙ୍ଗଲ ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ଖବର ପାଇ ସାତ ଜଣ ଆନ୍ତଜିଲା ଡକାୟତଙ୍କୁ…
ତିନି ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ…
ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲା ଖମାର…